Advertisment

କାମୁଡ଼ି ଗୋଡ଼ାଇଲା ପୋଷା କୁକୁର; ଭୟରେ ଆପାର୍ଟମେଣ୍ଟରୁ ଡିଆଁ ମାରିଲେ ଡେଲିଭରି ବୟ

ଡେଲିଭରି ବୟ ଆଡ଼କୁ ଧାଇଁ ଆସିଲା ପୋଷା କୁକୁର । ଭୟରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ଯୁବକ ।

author-image
Manoranjan Behera
Dog Attack

Dog Attack

ପୋଷା କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ୩ ମହଲାରୁ ଡେଇଁ ପଡ଼ିଲେ ଡେଲିଭରି ବୟ । ଏଭଳି ଅଭାବନୀୟ ଘଟଣା ହାଇଦ୍ରାବାଦ ପଞ୍ଚବଟୀ କଲୋନୀରେ ଥିବା ଶ୍ରୀନିଧୀ ହାଇଟ୍ସ ଆପାର୍ଟମେଣ୍ଟରେ ଘଟିଛି । ରବିବାର ଅପରାହ୍ଣରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛନ୍ତି ଡେଲିଭରି ବୟ । ଚଳିତବର୍ଷ ଜାନୁଆରୀରୁ ଏବେ ମଧ୍ୟରେ ଏହା ହେଉଛି ସହରର ଦ୍ୱିତୀୟ ଘଟଣା। ସମ୍ପୃକ୍ତ ଡେଲିଭରି ବୟ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଛି ।

Advertisment

ସୂଚନାନୁଯାୟୀ ଡେଲିଭରି ବୟ ଜଣକ ଏକ ମାଟ୍ରେସ୍‌ ଡେଲିଭରି କରିବାକୁ ଏକ ଆପାର୍ଟମେଣ୍ଟକୁ ଯାଇଥିଲେ । ସେହି ସମୟରେ ସେ ଯେଉଁ ବ୍ୟକ୍ତିଙ୍କୁ ଡେଲିଭରି ଦେବାକୁ ଯାଇଥିଲେ, ତାଙ୍କର ଡୋବରମ୍ୟାନ କୁକୁରଟି ତାଙ୍କ ଆଡ଼କୁ ଧାଇଁ ଆସିଥିଲା । କୁକୁରଟି ଘରେ ଖୋଲାରେ ବୁଲୁଥିବା ବେଳେ କବାଟ ଖୋଲା ହେବାରୁ ବାହାରେ ଛିଡ଼ା ହୋଇଥିବା ଡେଲିଭରି ବୟଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏଥିରେ ଭୟଭୀତ ହୋଇ ପଡ଼ିଥିବା ଡେଲିଭରି ବୟ ଜଣକ ଜୀବନ ବିକଳରେ ତିନି ମହଲାର ଝରକା କାନ୍ଥରେ ଛିଡ଼ା ହୋଇ ଯାଇଥିଲେ। ଏହାଦେଖି କୁକୁରଟି ତାଙ୍କ ଆଡ଼କୁ ଗୋଡ଼ାଇ ଆସିବାରୁ ସେ ତଳକୁ ଡେଇଁ ପଡ଼ିଥିଲେ।

Advertisment

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସମ୍ପୃକ୍ତ କୁକୁର ମାଲିକ ବହନ କରିବାକୁ ଦାବି ହୋଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି।

ଘଟଣା ଘଟିବା ପରେ ଗ୍ରାହକ ଏବଂ ସେଠାରେ ରହୁଥିବା ଅନ୍ୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ ଓ ସେମାନେ ପୀଡ଼ିତଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ଏବେ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ମାଟ୍ରେସ୍‌ ବରାଦ ଦେଇଥିବା ଗ୍ରାହକ ବହନ କରନ୍ତୁ ବୋଲି ତେଲେଙ୍ଗାନା ଗିଗ୍ ଆଣ୍ଡ୍‌ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଦାବି ‌ହୋଇଛି ।

ପୋଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ କବାଟ ଫାଙ୍କରୁ କୁକୁରର ଭୁକିବା ଶୁଣି ୩୦ ବର୍ଷୀୟ ଡେଲିଭରି ଏଜେଣ୍ଟ୍‌ ଜଣକ ଭୟଭୀତ ହୋଇ ଯାଇଥିଲେ। ନିଜକୁ ସୁରକ୍ଷା ଦେବାକୁ ଯାଇ ବାଲକୋନିରେ ଥିବା ପାରାପେଟ୍‌ ଉପରକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ।

Delivery Boy Attacked Stray Dog Attack
Advertisment
Advertisment