Advertisment

ଝଗଡ଼ା ହେବାରୁ ୩୦ ସାଙ୍ଗଙ୍କୁ ଦେଲେ ସ୍ତ୍ରୀର ଫୋନ୍‌ ନମ୍ବର, ତା’ପରେ ହେଲା ଏମିତି କିଛି...

ମହିଳା ଜଣକ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ପୋଲିସ୍‌ରେ କେସ୍‌ ଦେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଏପରିକି କିଛି କରିଥିଲେ ଯାହା ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Husband Shares Wifes Number

Husband Gave Wife Mobile Number To 30 Friends

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର କରୁଣ ପରିଣତିର ଅନେକ ଘଟଣା ସାମ୍ନାକୁ ଆସିଛି। କିଏ କେତେବେଳେ କାହାର ଜୀବନ ନେଇ ଯାଉଛି ତ ଆଉ କେତେବେଳେ ପ୍ରତିଶୋଧ ପରାୟଣ ହୋଇ ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଉନାହାନ୍ତି। ହେଲେ ଉତ୍ତରପ୍ରଦେଶର କାନପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ମହିଳା ଜଣକ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ପୋଲିସ୍‌ରେ କେସ୍‌ ଦେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଏପରିକି କିଛି କରିଥିଲେ ଯାହା ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ସାଙ୍ଗମାନଙ୍କୁ ସ୍ତ୍ରୀର ଫୋନ୍‌ ନମ୍ବର ବାଣ୍ଟି ତାଙ୍କୁ ଏଭଳି ଭାବେ ହଇରାଣ କରାଗଲା ଯେ ବାଧ୍ୟ ହୋଇ ମହିଳା ଜଣକ ପୋଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। 

Advertisment

ମହିଳାଙ୍କ ଅଭିଯୋଗ ଅନୁସାରେ, କେସ୍‌ ଉଠାଇବା ପାଇଁ ସ୍ୱାମୀ ଚାପ ପକାଇବା ସହ ୩୦ ଜଣ ସାଙ୍ଗଙ୍କୁ ତାଙ୍କ ଫୋନ୍‌ ନମ୍ବର ବାଣ୍ଟିଥିଲେ। ଏହାପରେ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ୍, ଫଟୋ ଓ ଭିଡିଓ ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏନେଇ ମଙ୍ଗଳବାର ଦିନ ପୀଡ଼ିତା ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଚକେରି ଅଞ୍ଚଳରେ ଏହି ଘଟଣା ଘଟିଛି।

୨୦୧୯ ମସିହାରେ ଚକେରି ଅଞ୍ଚଳରେ ରହୁଥିବା ଆକାଶଙ୍କ ବିବାହ ଶ୍ୟାମ ନଗରର ଜଣେ ଯୁବତୀଙ୍କ ସହ ହୋଇଥିଲା। ପ୍ରଥମେ ପ୍ରଥମେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ ବିବାହର ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଆକାଶଙ୍କ ପରିବାର ଲୋକ ମିଛ କହି ତାଙ୍କର ବିବାହ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। ଆକାଶ କିଛି କାମ କରୁନଥିବାରୁ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ଲାଗି ରହୁଥିଲା। 

Advertisment

ବିବାହରେ ତାଙ୍କ ବାପାମା’ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ୨୦୨୧ ମସିହାରେ ମାର୍‌ପିଟ୍‌ କରି ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା ବୋଲି ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ତେବେ ଆପୋଷ ବୁଝାମଣା ପାଇଁ ଅନେକ ଥର ପ୍ରୟାସ କରାଯାଇଥିଲେ ମଧ୍ୟ ସବୁକିଛି ଫେଲ୍‌ ମାରିଥିଲା। ଶେଷରେ ୨୦୨୨ରେ ମହିଳା ଜଣକ ସ୍ୱାମୀ ଆକାଶ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। 

ଏହାପରେ ଆକାଶଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ସେ ପଛାଇଲେ ନାହିଁ। ୩୦ ଜଣ ସାଙ୍ଗକୁ ସେ ପତ୍ନୀଙ୍କ ଫୋନ୍‌ ନମ୍ବର ଦେଇଥିଲେ। ଏହାପରେ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ୍, ଫଟୋ ଓ ଭିଡିଓ ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏନେଇ ଆକାଶଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ୍‌ ଏହାକୁ ଗୁରୁତ୍ୱର ସହ ନନେବାରୁ ସେ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। 

Quarrel
Advertisment
Advertisment