/odishatv-khabar/media/post_attachments/uploadimage/library/16_9/16_9_0/s_1699675164.jpg)
Huge Traffic Jam On Delhi Gurugram Expressway
ଦୀପାବଳି ପୂର୍ବରୁ ପ୍ରବଳ ଟ୍ରାଫିକ୍ ଜାମ୍ । ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ଗତକାଲି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଏପରିକି ରାତି ୧୨ଟା ପର୍ଯ୍ୟନ୍ତ ମଧ୍ୟ ଭିଡ଼ କମି ନଥିଲା । ଗତକାଲି ଧନତେରାସ୍ ଥିବାରୁ ଅନେକ ଲୋକ ସୁନା କିଣିବାକୁ ବଜାରକୁ ଯାଇଥିଲେ ।
ଏଥିସହ ଦୀପାବଳୀ ପାଇଁ ଅନେକ ଲୋକ ଘରମୁହାଁ ହୋଇଥିଲେ । ଏଥିଯୋଗୁ ୮ ଲେନ୍ ବିଶିଷ୍ଟ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ହଜାର ହଜାର ଗାଡ଼ି ଚାଲିଥିଲା । ଭିଡ଼ ଏତେ ଅଧିକ ଥିଲା ଯେ କାର୍ ଗୁଡିକ ଆଗକୁ ଯିବା କଷ୍ଟକର ହୋଇପଡ଼ିଥିଲା ।
#WATCH | Gurugram, Haryana: Traffic congestion seen on Gurgaon - Delhi Expressway ahead of #Diwalipic.twitter.com/vxoBE2Ni55
— ANI (@ANI) November 10, 2023
ସେପଟେ ପ୍ରଦୂଷଣରେ କଲବଲ ହେଉଥିବା ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ନିକଟରେ ଦିଲ୍ଲୀରେ ସ୍ୱଳ୍ପ ବର୍ଷା ହୋଇଛି । ଫଳରେ ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୁରା ଅଞ୍ଚଳ ପ୍ରଦୂଷଣ ମୁକ୍ତ ଥିବା ଦେଖିବାକୁ ମିଳିଥିଲା । ଯେଉଁ ରାସ୍ତାର କିଛି ମିଟର ଯାଏ ଦେଖା ଯାଉନଥିଲା ବର୍ଷା ପରେ ଦୂର ଦୂର ଯାଏ ଏକଦମ୍ ସଫା ଦେଖିବାକୁ ମିଳିଥିଲା ।
ଭୟଙ୍କର ପ୍ରଦୂଷଣରୁ ବର୍ତ୍ତିବାକୁ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା । ଆସନ୍ତା ୨୦ ଓ ୨୧ ତାରିଖରେ ଦିଲ୍ଲୀ ଆକାଶରୁ କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)