• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମାର୍ଟଫୋନ୍‌ । ଡିଜିଟାଲ ଯୁଗରେ ବୁଢ଼ା ଠାରୁ ପିଲାଯାଏଁ ସମସ୍ତଙ୍କ ହାତରେ ମୋବାଇଲ୍ । ଗୋଟିଏ ମୁହୂର୍ତ୍ତ ବି ଫୋନ୍‌ ବିନା ଜୀବନ ଯେପରି ଅଚଳ । ଯୁବପିଢ଼ି ତ ମୋବାଇଲ ପାଇଁ ପାଗଳ । ତେବେ ଏହା ପଛରେ ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ହାତରେ ସ୍ମାର୍ଟଫୋନ୍‌ ଥିଲେ ହାତପାଆନ୍ତାରେ ସବୁ କିଛି ସେବା ପହଞ୍ଚି ଯାଉଛି । ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ସପିଂ, ଗୋଟିଏ କ୍ଲିକରେ ହିଁ ସବୁ ସମ୍ଭବ ହୋଇପାରୁଛି ।

ହେଲେ ଏସବୁ ଭିତରେ ଅସୁବିଧା ସେତେବେଳେ ହୁଏ, ଯେତେବେଳେ ଫୋନ୍‌ ଚୋରି ହୋଇଯାଏ କିମ୍ବା ଫୋନ୍‌ ହଜିଯାଏ । ଆପଣଙ୍କ ସହ ଏପରି ହେଲେ ଆଉ ଟେନ୍‌ସନ୍‌ ନେବାକୁ ପଡ଼ିବ ନାହିଁ । ଏବେ ଠାରୁ ଚୋରି ହୋଇଥିବା ଫୋନକୁ ସହଜରେ ଟ୍ରାକ୍ କରିପାରିବେ । କେବଳ ଏତିକି ନୁହେଁ ଫୋନ୍ ସ୍ୱିଚ୍‌ ଅଫ୍‌ ହୋଇଯିବା ପରେ ମଧ୍ୟ ଟ୍ରାକିଂ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଏକ ଆଣ୍ଡ୍ରଏଡ୍ ଆପର ସାହାରା ନେବାକୁ ପଡିବ ।

ତେବେ ଏଇଠି କହି ରଖୁଛୁ, ଫୋନ୍‌ ଚୋରି ହେବାମାତ୍ରେ ସର୍ବପ୍ରଥମେ ପୋଲିସ୍‌ ନିକଟରେ ଅଭିଯୋଗ କରନ୍ତୁ । ପୋଲିସ୍‌ ଆପଣଙ୍କୁ ନିଶ୍ଚୟ ଏଥିରେ ସହଯୋଗ କରିବ । ଏପରି ଅନେକ ମାମଲା ଦେଖିବାକୁ ମିଳିଛି । ଟ୍ରାକ୍‌ କରିବା ପରେ ପୋଲିସ୍‌ ଚୋରି ଫୋନ୍‌ ଫେରାଇ ଦିଏ ।

ତେବେ ଆପଣ ପ୍ରଥମେ କିଛି ସେପ୍ଟି ଟିପ୍ସ ଆପଣାଇ ଫୋନ୍‌କୁ ଟ୍ରାକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ ଅନେକ ଆପ୍‌ ମିଳିଯିବ ।

ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍‌ ଉପଲବ୍ଧ

ଆଣ୍ଡ୍ରଏଡ୍‌ ୟୁଜର Track it EVEN if it is off କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼୍‌ କରିପାରିବେ । ଏହାର ରେଟିଂ ମଧ୍ୟ ବହୁତ ଭଲ ରହିଛି । ଏହାକୁ Hammer Security ଦ୍ୱାରା ବିକଶିତ କରାଯାଇଛି । ଏହାର ସେଟଅପ୍ ପ୍ରକ୍ରିୟା ମଧ୍ୟ ବହୁତ ସହଜ ।

ଆପ୍ ଡାଉନଲୋଡ୍ ହେବା ପରେ ଏହାକୁ opem କରି permission ଦେବାକୁ ପଡ଼ିବ । ଏହାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଡମି ସୁଇଚ୍ ଅଫ୍ ଏବଂ ଫ୍ଲାଇଟ୍ ମୋଡ୍ । ଏହି କାରଣରୁ ଆପଣ୍ ଫୋନ୍ ସ୍ୱିଚ୍‌ ଅଫ୍‌ କଲେ ମଧ୍ୟ ଫୋନ୍‌ ବନ୍ଦ ହେବ ନାହିଁ । ହେଲେ ଚୋର ଭାବି ଫୋନ୍ ସ୍ୱିଚ୍‌ ଅଫ୍‌ ଅଛି ।

ଏହି ଆପ୍‌ ସହଜରେ ଚୋରକୁ ଧରାପକାଇ ଦେବ । ଆପଣଙ୍କ ଡିଭାଇସର ସମସ୍ତ ଆକ୍ଟିଭିଟି ଯେପରି ଲୋକେସନ, ଚୋରର ବ୍ୟକ୍ତିଙ୍କ ସେଲଫି ଓ ତା’ ପାଖରେ ଥିବା ଫୋନ୍ ଏବଂ ଅନ୍ୟାନ୍ୟ ବିବରଣୀ ଆପଣଙ୍କ ଏମରଜେନ୍ସି ନମ୍ବରକୁ ଆପେ ଆପେ ଚାଲି ଆସିବ । ଏହି ଆପ୍ ଫୋନର ଲାଇଭ୍ ଲୋକେସନ ମଧ୍ୟ ପଠାଇଥାଏ ।

ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ, ଏହି ଆପ୍‌ ଆପଣଙ୍କୁ ସାହାଯ୍ୟ କରିବ । ଫୋନ୍‌ ଚୋରି ହୋଇଗଲେ, ଆପ୍‌ ବହୁତ କାମରେ ଆସିଥାଏ ।