• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରିଲାଏନ୍ସ ଜିଓ(Reliance Jio)ର ଅନେକ ପ୍ଲାନ୍‌ OTT ସୁବିଧା ସହିତ ଗ୍ରାହକଙ୍କୁ ଉପଲବ୍ଧ କରାଯାଏ । ଏଥିରେ ଷ୍ଟ୍ରିମିଂ ଆପ୍‌ ଯେପରି ନେଟଫ୍ଲିକ୍ସ(Netflix) , ଆମାଜନ ପ୍ରାଇମ ଗୁଡ଼ିକର ଆକ୍ସେସ୍‌ ସହଜରରେ ମିଳିଯାଏ । ଯଦି ଆପଣ ନେଟଫ୍ଲିକ୍ସ ପ୍ଲାନ୍‌ ନିଅନ୍ତି, ତେବେ ଆପଣଙ୍କୁ ଏହାକୁ ଆକ୍ଟିଭେଟ୍‌ କରିବାକୁ ପଡ଼େ । ବର୍ତ୍ତମାନ ଜିଓର ପୋଷ୍ଟପେଡ୍‌ ପ୍ଲାନ୍‌ ସହ ନେଟଫ୍ଲିକ୍ସର ସବସ୍କ୍ରିପସନ୍ ମାଗଣାରେ ପ୍ରଦାନ କରାଯିବ ।

ବର୍ତ୍ତମାନ ଆପଣ କମ୍ପାନୀର ତିନୋଟି ପୋଷ୍ଟପେଡ୍ ଯୋଜନା ସହିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓକୁ ସବସ୍କ୍ରାଇବ କରିପାରିବେ । ଏଥିରେ ପ୍ରଥମ ପ୍ଲାନର ମୂଲ୍ୟ ରହିଛି ୭୯୯ ଟଙ୍କା । ଏହି ପ୍ଲାନ୍‌ ସହିତ ଉପଭୋକ୍ତାମାନଙ୍କୁ ଅସୀମିତ ଭଏସ୍ କଲ୍, ଦୈନିକ 100 SMS ଏବଂ ପ୍ରତି ମାସରେ ୧୫୦ ଜିବି ମୋବାଇଲ୍ ଡାଟା ପ୍ରଦାନ କରାଯାଏ । ସେହିପରି ୯୯୯ ଟଙ୍କିଆ ପୋଷ୍ଟପେଡ୍ ଯୋଜନାରେ ମଧ୍ୟ ସମାନ ସୁବିଧା ରହିଛି । ଏହି ଯୋଜନାରେ ୨୦୦ ଜିବି ମୋବାଇଲ୍ ଡାଟା ପ୍ରଦାନ କରାଯାଉଛି ।

ଏଥିରେ ସବୁଠାରୁ ମହଙ୍ଗା ଯୋଜନା ହେଉଛି ୧୪,୯୯ ଟଙ୍କା । କମ୍ପାନୀ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓକୁ ସବସ୍କ୍ରିପସନ୍ ଦେଉଛି । ତେବେ ଜାଣି ରଖନ୍ତୁ, ରିଲାଏନ୍ସ ଜିଓ କେବଳ ମୋବାଇଲ୍-ଓନଲି ନେଟଫ୍ଲିକ୍ସ ଯୋଜନା ପ୍ରଦାନ କରିଥାଏ । ଏହି ସବୁ ପ୍ଲାନ୍ ଦ୍ୱାରା ଆପଣ ମୋବାଇଲରେ କଣ୍ଟେଣ୍ଟ୍‌ ଦେଖିପାରିବେ ।

କେମିତି କରିବେ ନେଟଫ୍ଲିକ୍ସ ଆକ୍ଟିଭେଟ୍‌ ?

ଯଦି ଆପଣଙ୍କର ନେଟଫ୍ଲିକ୍ସ ସହିତ ଜିଓ ପ୍ଲାନ୍ ଆସୁଛି, ତେବେ ଆପଣ ସଜହରେ ଆକ୍ସେସ୍‌ କ୍ଲେମ୍‌ କରିପାରିବେ । ଉପଭୋକ୍ତାମାନେ ଏହାକୁ ନେଟଫ୍ଲିକ୍ସ, Jio.com କିମ୍ବା MyJio ଆପ୍ ମାଧ୍ୟମରେ କ୍ଲେମ୍‌କରିପାରିବେ । ଏଥିପାଇଁ ସର୍ବପ୍ରଥମେ MyJio ଆପ୍ ଖୋଲନ୍ତୁ । ଏହି ଆପକୁ ଜିଓର ଆକ୍ଟିଭ୍‌ କନେକ୍ସନ୍ ସହ ଲଞ୍ଚ କରନ୍ତୁ ।

ଆପ୍ ଖୋଲିବା ମାତ୍ରେ ଆପଣ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ । ଏଠାରେ Netflix Activate Now ବ୍ୟାନ୍‌ ଦେଖାଯିବ । ଆପଣ ଏହି ବ୍ୟାନକୁ ଆପର ଟପ୍‌ରେ ଦେଖିବାକୁ ପାଇବେ ।

ଏଥିରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁ ନେଟଫ୍ଲିକ୍ସର ୱେବସାଇଟରେ ରିଡାଇରେକ୍ଟ କରିଦିଆଯିବ । ଏଠାରେ ଆପଣଙ୍କୁ ନିଜର ଏକ ଆକାଉଣ୍ଟ୍ ତିଆରି କରିବାକୁ ପଡିବ । ଆଉ ଆକାଉଣ୍ଟ୍‌ ତିଆରି କରିବା ପରେ ତୁରନ୍ତ ତୁମର ନେଟଫ୍ଲିକ୍ସ ଆକାଉଣ୍ଟକୁ ଆକ୍ଟିଭ୍‌ ହୋଇଯିବ ।