Advertisment

ସବୁ ଔଷଧକୁ ପଛରେ ପକାଇ ଡୋଲୋ-୬୫୦ ନମ୍ୱର ଓ୍ୱାନ୍, ଚାହିଦା ସାଙ୍ଗକୁ ଚର୍ଚ୍ଚା

ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି।

author-image
Prangyan Parimita
dolo 650

dolo 650

ଡୋଲୋ-୬୫୦। ଗାଁଠୁ ସହର ସଭିଁଏ ଜାଣନ୍ତି ଏହି ନାଁକୁ। ଜର ହେଉ କି କରୋନା ଖାଇବାକୁ ପଡିଥାଏ ଏହି ମେଡିସିନ୍। ହସପିଟାଲଠାରୁ ଆରମ୍ଭ କରି ମେଡିସିନ ଷ୍ଟୋର ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଡୋଲୋ-୬୫୦ର ନାଁ। ସାରା ଦେଶରେ ଏବେ ଡୋଲୋର ବେଶ ଚାହିଦା। ଏଇ କେଇ ଦିନ ହେବ ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ଡୋଲୋ-୬୫୦। 

Advertisment

କରୋନା ମହାମାରୀ ଆସିବା ଦିନଠାରୁ ବଢ଼ିଛି ଡୋଲୋ-୬୫୦ ଚାହିଦା। ଟିକ‌େ ଥଣ୍ଡା କାଶ ହେଲା ମାତ୍ରେ ଖୋଜା ପଡ଼ୁଛି ଡୋଲୋ। ୨୦୨୦ ପୂର୍ବରୁ ଡୋଲୋ ନାଁଟି ଅନେକଙ୍କ ପାଇଁ ଅଜଣା ଥିବା ବେଳେ ଏବେ ଏହି ଔଷଧ ଘରେ ଘ‌ରେ ପରିଚିତ ହୋଇ ସାରିଲାଣି। କରୋନା ମହାମାରୀ ଅନେକ ଔଷଧ କମ୍ପାନିକୁ କୋଟିପତି କରିଥିବା ବେଳେ ଡୋଲୋ-୬୫୦ର ନିର୍ମାତା ଏହି ଦୌଡ଼ରେ ଆଗରେ ରହିଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କମ୍ପାନି ୩୫୦ କୋଟିରୁ ଅଧିକ ବଟିକା ବିକ୍ରି କରି ରେକର୍ଡ କରିଛି।

୨୦୧୯ ମସିହାରେ ଆମ ଦେଶ ଭାରତରେ ଡୋଲୋ-୬୫୦ର ୭.୫ କୋଟି ଷ୍ଟ୍ରିପ୍ ବିକ୍ରି ହୋଇଛି। ହେଲେ ମହାମାରୀ ପରେ ୩୫୦ କୋଟିରୁ ଅଧିକ ବଟିକା ବିକ୍ରି ହୋଇଥିବା ବେଳେ କେବଳ ୨୦୨୧ରେ ଏହି ଔଷଧ ବିକ୍ରି କରି କମ୍ପାନି ୩୦୭ କୋଟି ଟଙ୍କା ଆୟ କରିଥିବା ସ୍ୱାସ୍ଥ୍ୟ ସେବା ଅନୁସନ୍ଧାନ ସଂସ୍ଥା ଆଇକ୍ୟୁଭିଆଇଏ ତଥ୍ୟ ଦେଇଛି। ଏମିତିକି କରୋନାର ନୂଆ ଭାରିଆଣ୍ଟ ସହ ଡୋଲୋ-୬୫୦ର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଶରୀରରେ ଯନ୍ତ୍ରଣାଠୁ ଆରମ୍ଭ କରି ଥଣ୍ଡା ପର୍ଯ୍ୟନ୍ତ ମୁଖ୍ୟତଃ ଜ୍ୱର ପାଇଁ ଲୋକେ ଡୋଲୋ-୬୫୦ ସେବନ କରୁଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏମିତିକି ୨୦୨୨ ମସିହା ଆରମ୍ଭରୁ ପ୍ରମୁଖ ସେସିଆଲ ମିଡିଆ ପ୍ଲାଟର୍ଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି ଡୋଲୋ-୬୫୦।

Advertisment

 ବର୍ତ୍ତମାନ ସମୟରେ ଥଣ୍ଡା ସହ ଶରୀରରେ ଯନ୍ତ୍ରଣା ହେବା ମାତ୍ରେ ଲୋକମାନେ ତୁରନ୍ତ ଡୋଲୋ-୬୫୦ ଖାଉଛନ୍ତି। ଏହାର ପ୍ରଭାବ ଭଲ ରହୁଥିବା ଅନୁଭବ ହେବାରୁ ‌ଡୋଲୋ-୬୫୦ର ଚାହିଦା ଅଧିକ ରହିଛି। ଯାହା ଫଳରେ ପାରାସିଟାମଲ ରେଞ୍ଜର ଏହି ମେଡିସିନର ବିକ୍ରିକୁ ବଢିଯାଇଛି। ‌ଏମିତିକି ବେଙ୍ଗାଲୁରୁର ମାଇକ୍ରୋ ଲ୍ୟାବ ଲିମିଟେଡର ମାଲିକ ଦିଲିପ ସୁରନା କେବଳ ଡୋଲୋ-୬୫୦ ବିକି କୋଟିପତି ହୋଇ ଯାଇଛନ୍ତି।

Corona Virus Dolo 650
Advertisment
Advertisment