Advertisment

ଜାଣିଛନ୍ତି କି ? ଦୁନିଆର ସବୁଠୁ ମହଙ୍ଗା ଆମ୍ବ, ଗୋଟାକୁ ୧୯ହଜାର ଟଙ୍କା

୨୦୧୧ ମସିହାରୁ ଜାପାନର ଉତ୍ତରତମ ଦ୍ୱୀପପୁଞ୍ଜର ତୁଷାର ଟୋକାଚି ଅଞ୍ଚଳରେ ଜଣେ ଚାଷୀ ନାକାଗାୱା ଆମ୍ବ ଚାଷ କରିଆସୁଛନ୍ତି । ଆମ୍ୱଚାଷରୁ ଭଲ ଉତ୍ପାଦନ ହେବା ସହ ଭଲ ବ୍ୟବସାୟ ମଧ୍ୟ ହେଉଛି ।

ଅଦ୍ୟତନ ହୋଇଛି
World's Most Expensive Mangoes

World's Most Expensive Mangoes

Advertisment

ଆମ୍ବକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥା’ନ୍ତି । ଗ୍ରୀଷ୍ମ ଋତୁରେ ବଜାରରେ ଆମ୍ବର ଚାହିଦା ଢେର ଅଧିକ ରହିଥାଏ । ହେଲେ ଆମ୍ବର ଦାମ୍‌ କଥା କହିଲେ ଆପଣ ଶହେ କିମ୍ବା ୨ଶହ ଟଙ୍କା ନିଶ୍ଚୟ ଜାଣିଥିବେ । ହେଲେ ଆମ୍ବ କିଲୋ ପ୍ରତି ହଜାର ହଜାର ଟଙ୍କାରେ ବିକ୍ରି କରାଯାଉଥିବା କେବେ ଜାଣିନଥିବେ । ଏମିତିକି ଗୋଟିଏ ଆମ୍ୱର ଦାମ୍‌ ୧୯ ହଜାର ଟଙ୍କା ହୋଇଥିବ କେବେ ବି ଭାବିନଥିବେ । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ ଆମ୍ୱ ବିଷୟରେ...

Advertisment

ଅଧିକ ପଢ଼ନ୍ତୁ: ଦୁନିଆର ସବୁଠୁ ଦାମୀ ଚା’ ! କେଜି ପ୍ରତି ବିକ୍ରି ହୁଏ ୧ ଲକ୍ଷ ଟଙ୍କା

୨୦୧୧ ମସିହାରୁ ଜାପାନର ଉତ୍ତରତମ ଦ୍ୱୀପପୁଞ୍ଜର ତୁଷାର ଟୋକାଚି ଅଞ୍ଚଳରେ ଜଣେ ଚାଷୀ ନାକାଗାୱା ଆମ୍ବ ଚାଷ କରିଆସୁଛନ୍ତି । ଆମ୍ୱଚାଷରୁ ଭଲ ଉତ୍ପାଦନ ହେବା ସହ ଭଲ ବ୍ୟବସାୟ ମଧ୍ୟ ହେଉଛି । ହେଲେ ସେ କଦାପି ଭାବି ନଥିଲେ ତାଙ୍କ ଆମ୍ୱ ଚାଷରେ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ଉତ୍ପାଦନ ହେବ ଏବଂ ତାହା ଗୋଟା ପିଛା ୧୯ ହଜାର ଟଙ୍କାରେ ବିକ୍ରି ହେବ।

Advertisment

ଆମ୍ୱ ଚାଷୀ ନାକାଗା ପୂର୍ବରୁ ଏକ ପେଟ୍ରୋଲିୟମ କମ୍ପାନୀ ଚଳାଉଥିଲେ । ହେଲେ ଏବେ ସେ ଆମ୍ୱ ଚାଷ କରିବା ସହ ଭଲ ଉତ୍ପାଦନ ମଧ୍ୟ କରୁଛନ୍ତି । ନାକାଗାଙ୍କ କହିବା ଅନୁସାରେ, ସେ ଯେବେ ପ୍ରଥମେ ଆମ୍ୱ ଚାଷ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ଏହି କାମକୁ କେହି ଗୁରୁତର ସହ ନେଇନଥିଲେ ।

ପରେ ପରେ ତାଙ୍କର ପରିଶ୍ରମ ଫଳରେ ସେ ଏକ ବଡ଼ ସଫଳତା ପାଇପାରିଛନ୍ତି । ଦକ୍ଷିଣ ପ୍ରିଫେକ୍ଟରର ଅନ୍ୟ ଜଣେ ଆମ୍ବ ଚାଷୀଙ୍କ ପରାମର୍ଶରେ ନାକାଗା ଶୀତ ଋତୁରେ କିପରି ଆମ୍ୱ ଫଳାଯାଇପାରିବ ସେନେଇ ପରାମର୍ଶ ନେଇଥିଲେ । ପରେ ସେ ସଠିକ୍‌ ରୂପେ ଆମ୍ୱ ଚାଷ କରି ପ୍ରଚୁର ଆମ୍ବ ଅମଳ କରୁଛନ୍ତି । ଶୀତ ଦିନରେ ପ୍ରାୟ ୫୦୦୦ ଆମ୍ବ ଉତ୍ପାଦନ କରୁଥିବା ସେ ଦାବି କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ