• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ଭାରତୀୟଙ୍କ ସକାଳ ଆରମ୍ଭ ହୁଏ କପେ ଚା’ ଆଉ ବିସ୍କିଟ୍‌ରୁ । ମୁଡ୍‌ ଅଫ୍‌ ହୋଇଗଲେ କପେ ଗରମ ଚା’ର ଆବଶ୍ୟକ ପଡ଼ିଥାଏ । ଆଉ ଶୀତ ଦିନ ସକାଳର ଚା’ କପ୍‌ ମଜା ତ ନିଆରା । ସେ ଗରିବ ହୁଅନ୍ତୁ କି ଧନୀ ସମସ୍ତଙ୍କ ଘରେ ତିଆରି ହୋଇଥାଏ ଚା’ ।

ସାଧାରଣତଃ ଆପଣ ଯଦି ଦେଖିବେ ଚା’ର ବଜାର ମୂଲ୍ୟ ପ୍ୟାକେଟ ପିଛା ୧୦ଟଙ୍କାରୁ ଆରମ୍ଭ କରି ୧୦୦, ୨୦୦ କିମ୍ବା ୫୦୦ ଟଙ୍କା ହୋଇଥାଇପାରେ । ହେଲେ ଏମିତି ବି ଚା’ ଅଛି ଯାହାକୁ କିଣିବା ପୂର୍ବରୁ ସାଧାରଣ ଲୋକ କ’ଣ ଟାଟା, ବିର୍ଲା ମାଲିକମାନେ ଅନେକ ଥର ଚିନ୍ତା କରିଥା’ନ୍ତି ।

ବଜାରରେ ଚା’ ଅନେକ ପ୍ରକାରର ରହିଛି । ସମସ୍ତ ଚା’ର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ହେଲେ ଆସାମର ଏକ ସ୍ଥାନରେ ବହୁତ ଦାମୀ ଚା’ର ଉତ୍ପାଦନ ହୋଇଥାଏ । ଯାହାର ଦାମ୍‌ ସମସ୍ତ ଚା’ର ଦାମ୍‌ ଠାରୁ ସମ୍ପୂର୍ଣ୍ଣ ଅଲଗା । ଅର୍ଥାତ୍‌ କିଲୋ ପ୍ରତି ଶହେ କିମ୍ବା ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ ।

ଏହି ଖାସ୍‌ ଚା’ର ନାଁ ହେଉଛି ‘ମନୋହାରୀ ଗୋଲ୍ଡ ଟି’ । ଯାହାର ଅମଳ ସ୍ୱତନ୍ତ୍ର ଭାବେ କରାଯାଇଥାଏ । ‘ମନୋହାରୀ ଗୋଲ୍ଡ ଟି’ର ସୁଗନ୍ଧ ଲୋକମାନଙ୍କୁ ଆକୃଷ୍ଠ କରିଥାଏ । ଯାହା ଅନ୍ୟ ଚା’ ଗୁଡ଼ିକରେ ଦେଖାଦେଇନଥାଏ । ଏହି ଚା’ରେ ବାୟୋଏକ୍ଟିଭ୍‌ କମ୍ପାଉଣ୍ଡସ୍‌ ରହିଛି । ଯାହା ମଣିଷର ମୋଟାପଣ ଉପରେ ବେଶ୍‌ ପ୍ରଭାବ ପକାଇଥାଏ ।

ଖାଲି ସେତିକି ନୁହେଁ ଏହି ଚା’ ପିଇବା ଦ୍ୱାରା ପ୍ରତ୍ୟେକ ମଣିଷ ନିଜର ବୟସ ତୁଳନାରେ କମ୍‌ ଦେଖାଯାଇଥାନ୍ତି । ‘ମନୋହାରୀ ଗୋଲ୍ଡ ଟି’ ପାଇବାକୁ ହେଲେ ଉପଭୋକ୍ତାମାନଙ୍କୁ ଆଗରୁ ଅର୍ଡର କରିବାକୁ ପଡ଼ିଥାଏ ।