Advertisment

କ୍ରିକେଟ୍ ବିଶ୍ୱକପ୍ କ୍ରେଜ୍‌: ଦିନକ ପାଇଁ ହୋଟେଲ ରୁମ୍‌ ଭଡ଼ା ଲକ୍ଷେ, ବିମାନ ଟିକେଟ୍‌ ୩୩ ହଜାର ଟଙ୍କା...

ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Hotel prices skyrocket ahead of World Cup Final in Ahmedabad

Hotel prices skyrocket ahead of World Cup Final in Ahmedabad

କାଲି ଅହମଦାବାଦରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ ମ୍ୟାଚ୍‌ । ଏହାକୁ ନେଇ ଅବିଶ୍ୱସନୀୟ କ୍ରେଜ୍ । ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌ ଖେଳାଯିବ । 

Advertisment

ଭାରତ ସମେତ ସାରା ବିଶ୍ୱରୁ ଲକ୍ଷାଧିକ ଫ୍ୟାନଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ହୋଟେଲ୍ ରୁମ୍ ଗୁଡିକର ଭଡ଼ା ବହୁତ ବଢ଼ି ଯାଇଛି। ଫୋର୍ ଷ୍ଟାର୍, ଫାଇଭ୍ ଷ୍ଟାର୍ ହୋଟେଲରେ ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ଏପରିକି ଛୋଟ ଛୋଟ ହୋଟେଲରେ ଦିନକ ପାଇଁ ଭଡ଼ା ୧୦ ହଜାର ତଳକୁ ନାହିଁ । ସେପଟେ ବିମାନ ଭଡ଼ା ମଧ୍ୟ ବଢ଼ିଛି । ଅହମଦାବାଦରେ ଏବେ ସବୁ ଦର ଆକାଶ ଛୁଆଁ । ପ୍ରାୟ ୫ ଗୁଣା ବଢିଛି ଅହମଦାବାଦକୁ ଯିବା ଓ ରହିବା ଦର । ବେଙ୍ଗାଲୁରୁରୁ ଅହମଦାବାଦକୁ କେବଳ ଯିବାକୁ ବିମାନ ଭଡ଼ା ୩୩ ହଜାର ଟଙ୍କା ।

ୱାନ୍ ୱେ ବିମାନ ଭଡ଼ା ୫,୭୦୦ ଟଙ୍କା ବଦଳରେ ୩୩ ହଜାର ଟଙ୍କା ହୋଇଛି । 

Advertisment
Advertisment