Advertisment

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଫୋନ୍‌ ଦେଲେନି, ଶେଷରେ ରାତି ଅଧରେ ନେଇଗଲେ ଚରମ ନିଷ୍ପତ୍ତି...

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍‌ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଜୁନ୍‌ ୧୧ରେ ମା’ଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇବା ଲାଗି ୱାର୍ଡେନଙ୍କୁ ଫୋନ୍‌ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍‌ ଦେଇ ନଥିବା ସୂଚନା ମିଳିଛି।

author-image
Rajalaxmi Sahoo
Hostel Boy Dies By Suicide

Hostel Boy Dies By Suicide

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍‌ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କର୍ଣ୍ଣାଟକରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ପୂର୍ବଜ।ବେଙ୍ଗାଲୁରୁ ହୋସାକୋଟେ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ୧୪ ବର୍ଷୀୟ ପୂର୍ବଜ କର୍ଣ୍ଣାଟକର ଏକ ସ୍କୁଲ୍‌ ହଷ୍ଟେଲରେ ରହି ପଢ଼ୁଥିଲେ। ଜୁନ୍‌ ୧୧ରେ ମା’ଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇବା ଲାଗି ୱାର୍ଡେନଙ୍କୁ ଫୋନ୍‌ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍‌ ଦେଇ ନଥିବା ସୂଚନା ମିଳିଛି। 

ପୋଲିସ୍‌ ସୂଚନା ଅନୁସାରେ, ପୂର୍ବଜଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। କାରଣ ପରିବାର ଲୋକଙ୍କ ସହ କଥା ହେବା ପାଇଁ ପୂର୍ବଜଙ୍କୁ ଅନୁମତି ମିଳିନଥିଲା। ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନପାରିବାରୁ ମା’ଙ୍କୁ ଝୁରି ଝୁରି ଶେଷରେ ସେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ। 

Advertisment

ସୁଇସାଇଡ୍‌ ନୋଟ୍‌ ଲେଖିବା ପରେ ପୂର୍ବଜ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଅନ୍ୟ ଛାତ୍ରମାନେ ମୃତଦେହ ଦେଖିବା ପରେ ହଷ୍ଟେଲ ମ୍ୟାନେଜମେଣ୍ଟକୁ ଜଣାଇଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ଛାତ୍ରଙ୍କ ବାପାମା’ ହଷ୍ଟେଲରେ ପହଞ୍ଚିବା ସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।  

Suicide
Advertisment
Advertisment