• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଜଗୟପେଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଛଅ ମାସର ଶିଶୁ କନ୍ୟା ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଜଣଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି । କାରଟି ରାସ୍ତା କଡ଼ରେ ଥିବା ପୋଲକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ହାଇଦ୍ରାବାଦରୁ ଜାଙ୍ଗାରେଡିଗୁଡେମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପୋଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା କାର୍ । ଏହି ଘଟଣାରେ GHMC କର୍ମଚାରୀ ଯୋଶୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସର ମୋବାଇଲ୍ ଟିମ୍ ଓ ରେସ୍କ୍ୟୁ ଟିମ୍ ।

ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରୁ ୬ ମାସର ଶିଶୁକନ୍ୟା ଏବଂ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରି ଜଗୟପେଟର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେଠାରେ ୬ ମାସର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଡାକ୍ତରଖାନା ଆସିବା ପୂର୍ବରୁ କୁନି ଶିଶୁଟିର ମୃତ୍ୟୁ ହୋଇଯାଇଥିବା ସେ କହିଛନ୍ତି ।

ସଡକ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଦ୍ରୁତ ଗତିରେ ଗାଡ଼ି ଚାଲୁଥିବାରୁ ଦୁର୍ଘଟଣା ହୋଇଥିବା କଥା ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ିଛି ।