Advertisment

ବ୍ୟାପକ ହେବ ନକ୍ସଲ ନିପାତ ଅଭିଯାନ; ଆଜି ବସୁଛି ନକ୍ସଲ ମୁକାବିଲା ବୈଠକ

ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

author-image
Sonali Ojha
anti-Naxal review meeting

anti-Naxal review meeting

ନକ୍ସଲ ଦମନ ଅଭିଯାନକୁ ଅଧିକ ଫୋକସ କରୁଛି ମୋଦି 3.0 ସରକାର । ଓଡ଼ିଶା, ଛତିଶଗଡ଼ ସମେତ ଅନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟରେ କେମିତି ଏହି ମାଓ ଉପଦ୍ରବ କମିବ ଏବଂ ଏଥିରେ ନିୟନ୍ତ୍ରଣ କରାଯିବ ସେ ରଣନୀତିରେ ବି ବ୍ୟାପକ ବିଚାର ବିମର୍ଶ ହେଉଛି । ଏହି କ୍ରମରେ ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।

Advertisment

ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ବିଳମ୍ବିତ ସଂଧ୍ୟାରେ ଦିଲ୍ଲୀରୁ ଆସି ରାୟପୁରରେ ପହଞ୍ଚିଛନ୍ତି ଶାହ । ରାୟପୁର ବିମାନ ବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ବାଗତ କରିଥିଲେ । ଆଜି ସେ ଅନ୍ୟ କେତେକ କାର୍ଯ୍ୟକ୍ରମ ସାରି ଏହି ନକ୍ସଲ ନିପାତ ଅଭିଯାନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ ।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହା ମହାପ୍ରଭୁ ବଲ୍ଲଭଚାର୍ଯ୍ୟ ଆଶ୍ରମ ଚମ୍ପାରଣ ପରିଦର୍ଶନ କରିବେ। ଏହାପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାୟପୁରର ଏକ ଘରୋଇ ହୋଟେଲରୁ ଆନ୍ତଃରାଜ୍ୟ ସମନ୍ୱୟ ସମିତିର ବୈଠକ କରିବେ, ଯେଉଁଥିରେ ସେ ଛତିଶଗଡ଼ ଏବଂ ସମ୍ପୃକ୍ତ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ। ଅପରାହ୍ନ ସାଢ଼େ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଏହାପରେ ସେ ଅଗଷ୍ଟ ୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଏନସିବି କାର୍ଯ୍ୟାଳୟ ଉଦଘାଟନ କରିବେ।

Advertisment

ଅଗଷ୍ଟ ୨୫ ତାରିଖ ଅପରାହ୍ନ ୧ଟା ୩୦ରେ ଏକ ଘରୋଇ ହୋଟେଲରେ ସମବାୟ ସମ୍ପ୍ରସାରଣ ସମ୍ପର୍କିତ ବୈଠକରେ ଯୋଗଦେବେ, ଯେଉଁଥିରେ ସମବାୟ ସଂଗଠନର କାର୍ଯ୍ୟକାରିତା ଓ ବିକାଶ ସମ୍ପର୍କରେ ଆଲୋଚନା ହେବ। ଆଜିର ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କିପରି ବିକଶିତ କରାଯିବ ଏବଂ ସେମାନଙ୍କୁ ଭାରତ ସରକାରଙ୍କ ଯୋଜନା ସହିତ କିପରି ଯୋଡ଼ାଯିବ ସେ ନେଇ ଆଲୋଚନା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୀର୍ଷ ଅଧିକାରୀମାନେ ସେମାନଙ୍କର ଉପସ୍ଥାପନା କରିବେ। ସମଗ୍ର ଦେଶରେ ୨୦୧୩ରେ ୧୦ ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ଆସି ୩୮ ରେ ପହଞ୍ଚିଛି।

Naxal
Advertisment
Advertisment