ମାଓବାଦୀଙ୍କୁ ଶାହଙ୍କ ଫାଇନାଲ ଅଲଟିମେଟମ୍
୨୦୨୬ ସୁଦ୍ଧା ଦେଶରୁ ନିପାତ ହେବେ ନକ୍ସଲ । ମାଓବାଦୀଙ୍କୁ ଫାଇନାଲ୍ ଅଲଟିମେଟମ୍ ଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କୁ ଭାଇ କହି ସମ୍ବୋଧନ କରି ବୁଝାଇବା ସହ ପରୋକ୍ଷରେ ଚେତେଇ ବି ଦେଇଛନ୍ତି । ଲାଲବାହିନୀର ଗଡ଼ ଛତିଶଗଡ଼ର ବସ୍ତରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଓବାଦୀଙ୍କୁ ହିଂସାର ପଥ ଛାଡ଼ିବାକୁ ଅପିଲ୍ କରିଛନ୍ତି ଅମିତ ଶାହ ।
ଅଧିକ ପଢ଼ନ୍ତୁ: ଆଜି ଉଦଘାଟିତ ହେବ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି’ ବ୍ରିଜ୍, ଖର୍ଚ୍ଚ ହୋଇଛି ୫୫୦ କୋଟି
ମାଓବାଦୀଙ୍କୁ ଭାଇ ବୋଲି ସମ୍ବୋଧନ କରି ଶାହ କହିଥିଲେ, ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରି ଦେଶର ବିକାଶରେ ସାମିଲ ହୁଅନ୍ତୁ । ଆପଣମାନେ ଆମ ନିଜ ଲୋକ । ଯେତେବେଳେ ଜଣେ ନକ୍ସଲ ନିହତ ହୁଅନ୍ତି ସେଥିରେ କେହି ଖୁସି ହୁଅନ୍ତି ନାହିଁ । ଏବେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ବଳରେ ଆଦିବାସୀଙ୍କ ବିକାଶକୁ ରୋକିପାରିବେ ନାହିଁ ।
ଆସନ୍ତା ୨୦୨୬ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ଲୋପ ପାଇବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଶାହ । ଚଳିତବର୍ଷ ତିନି ମାସରେ ଦେଶରେ ୫୨୧ ନକ୍ସଲ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି । ୨୦୨୪ରେ ୮୮୧ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଗତ କିଛି ମାସ ହେବ ଦେଶରେ ନକ୍ସଲ ନିପାତ ଅଭିଯାନ ଜୋରଦାର ହୋଇଛି । ବିଶେଷ କରି ଛତିଶଗଡ଼ରେ ଘନଘନ ଅପରେସନରେ ଗତ କିଛି ମାସରେ ଗଡ଼ିଲାଣି ଶତାଧିକ ମାଓବାଦୀଙ୍କ ମୁଣ୍ଡ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743922958.jpg)