Advertisment

ଆଉ ଏକ ଛାତିଥରା ଦୁର୍ଘଟଣା: ଗାଡ଼ିକୁ ଧକ୍କା ଦେବା ପରେ Swiggy ବୟଙ୍କୁ ୫୦୦ ମିଟର ଘୋଷାଡ଼ି ନେଲା କାର୍‌...

ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍‌ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Delivery Boy Dies After Car Hits, Drags Him For 500 Metres

Delivery Boy Dies After Car Hits, Drags Him For 500 Metres

Advertisment

ପୁଣି ସାମ୍ନାକୁ ଆସିଲା ଦିଲ୍ଲୀରେ ଆଉ ଏକ ହିଟ୍‌-ଆଣ୍ଡ୍‌-ରନ୍‌ କେସ୍‌(Hit-And-Run Case)। ସ୍କୁଟିରେ ଯାଉଥିବା ବେଳେ ଦିଲ୍ଲୀ ସୁଲତାନପୁରୀରେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର୍‌ ଧକ୍କା ଦେବା ସହ ୧୩ କି.ମି. ଯାଏ ତାଙ୍କୁ ଘୋଷାଡ଼ି ଘୋଡାଡ଼ି ନେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅଞ୍ଜଳି ସିଂଙ୍କ ମୃତ୍ୟୁ ହୋଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା। ସେହିଦିନ ଖାଲି ସୁଲତାନପୁରୀରେ ଏହି ଭୟଙ୍କର ଦୁର୍ଘଟଣା ଘଟି ନଥିଲା। ଏହି ଦୁର୍ଘଟଣାର କିଛି ଘଣ୍ଟା ପରେ ରବିବାର ଦିନ ନୋଏଡାରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍‌ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। 

Advertisment

ସୂଚନା ଅନୁସାରେ, ସ୍ୱିଗି(Swiggy)ରେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଥିବା କୌଶଲ ନୂଆବର୍ଷ ଦିନ ରାତିରେ ଫୁଡ୍‌ ଡେଲିଭରୀ ପାଇଁ ବାହାରି ଥିଲେ। ଏହି ସମୟରେ ନୋଏଡା ସେକ୍ଟର ୧୪ରେ ଫ୍ଲାଏଓଭର ନିକଟରେ ତାଙ୍କ ଦୁଇ ଚକିଆ ଯାନକୁ ଏକ କାର୍‌ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ ଧକ୍କା ଦେବା ପରେ ଦୁର୍ଘଟଣାସ୍ଥଳରୁ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ଏହାପରେ ଏକ ମନ୍ଦିର ନିକଟରେ କାର୍‌ ଅଟକି ଥିଲା। ତେବେ କାର୍‌ ଡ୍ରାଇଭର ଘଟଣା ପରେ ଫେରାର ହୋଇଯାଇଥିଲେ। ରାସ୍ତା ଉପରେ କୌଶଲଙ୍କ ମୃତଦେହ ସେମିତି ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ

Advertisment

ରବିବାର ବିଳମ୍ବିତ ରାତି ୧ଟାରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ୍‌ କରିବା ପରେ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଅମିତଙ୍କୁ ଜଣାଇଥିଲେ। ଅମିତଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ଏହାସହ ସେହିଦିନ ଦୁର୍ଘଟଣା ଘଟିଥିବା ଆଖପାଖ ଅଞ୍ଚଳର CCTV ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଉଛି। 

ସୂଚନାଥାଉ କି, ସେପଟେ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି। ପୋଲିସ୍‌ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଯେତେବେଳେ କାର୍‌, ସ୍କୁଟିକୁ ଧକ୍କା ଦେଇଥିଲା ସେହି ସମୟରେ ସ୍କୁଟିରେ ଅଞ୍ଜଳି ଏକାକୀ ନଥିଲେ। ତାଙ୍କ ସହ ଆଉ ଜଣେ ଯୁବତୀ ଥିଲେ। ଯିଏକି ତାଙ୍କ ସାଙ୍ଗ। ଏବେ ସମ୍ପୃକ୍ତ ଯୁବତୀଙ୍କ ବୟାନ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳିଙ୍କ ସହ ଥିବା ତାଙ୍କ ସାଙ୍ଗ ନିଧି ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,‘ଦୁର୍ଘଟଣା ପରେ ଅଞ୍ଜଳି କାର୍‌ ଚକା ତଳେ ଫସି ଯାଇଥିଲେ, ଏହି କଥା କାର୍‌ରେ ଥିବା ଲୋକଙ୍କୁ ଜଣାଥିଲା। 

Advertisment

ସେପଟେ ଦୁର୍ଘଟଣା ବେଳେ କାର୍‌ ଭିତରେ ଥିବା ୫ ଜଣ ଯୁବକ ସ୍ୱୀକାର କରିଛନ୍ତି ଯେ, ସେମାନେ ମଦ୍ୟପାନ କରିଥିଲେ। ସେମାନଙ୍କୁ ପୋଲିସ୍‌ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Hit And Run Case Hit And Run Case In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ