Advertisment

ସୁପ୍ରିମକୋର୍ଟଙ୍କ ବଡ଼ ବେଞ୍ଚ୍‌କୁ ଯାଇପାରେ 'ହିଜାବ' ବିବାଦ

ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ।

ଅଦ୍ୟତନ ହୋଇଛି
Karnataka's Hijab Row Update

Hijab Row

Advertisment

ହିଜାବକୁ ଶିକ୍ଷାନୁଷ୍ଠାନରେ ପିନ୍ଧିବାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସହମତି । ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଭିନ୍ନ ମତ ଆସିଛି। ହିଜାବ ବିବାଦରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆ ଭିନ୍ନ ମତ ରଖିଛନ୍ତି। ଏଥି ସହ ୨ ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି।

Advertisment

ପ୍ରକାଶଥାଉକି ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ପରବର୍ତ୍ତୀ ସମୟରେ ଏହି ରାୟ କର୍ଣ୍ଣାଟକ ହାଇକୋର୍ଟରେ ଯାଇ ପହଞ୍ଚିଥିଲା। ଏହି ରାୟକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ ହିଜାବ ପିନ୍ଧିବାକୁ ନେଇ ସମର୍ଥନ କରୁଥିବା ଗୋଷ୍ଠୀ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ହିଜାବ ଝଡ: ହିନ୍ଦୁ ମହିଳାଙ୍କ ଓଢଣା ପରି ହିଜାବ ଗରିମାର ପ୍ରତୀକ

Advertisment

ଗତ ସେପ୍ଟେମ୍ବର ୨୨ରେ ସୁପ୍ରିମକୋର୍ଟରେ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ହିଜାବ ବ୍ୟାନ୍ ଦ୍ୱାରା ଇସଲାମ ଧର୍ମୀୟ ଛାତ୍ରୀଙ୍କ ଶିକ୍ଷାଗ୍ରହଣ ପ୍ରଭାବିତ ହେବା ନେଇ ଯୁକ୍ତି ରଖିଥିଲେ ଆବେଦନକାରୀଙ୍କ ପକ୍ଷ ଓକିଲ।

ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ କିଛି ଆଇନଜୀବୀ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି କରିବାକୁ ଯୁକ୍ତି ବାଢିଥିଲେ। କର୍ଣ୍ଣାଟକରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହିଜାବ ପିନ୍ଧିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେଠାକାର ରାଜ୍ୟ ସରକାର ମଧ୍ୟ ହିଜାବକୁ ଶିକ୍ଷାନୁଷ୍ଠାନରେ ପିନ୍ଧିବାକୁ ପୂର୍ବରୁ ବ୍ୟାନ୍ କରିଥିଲେ। 

Advertisment
Supreme Court Hijab Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ