Plane crash
ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଖୋଜିବ ତଦନ୍ତକାରୀ ଟିମ୍ । ୩ ମାସ ଭିତରେ ଏହି ଟିମ ରିପୋର୍ଟ ଦେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରେସମିଟ୍ କରି ଏହି ସୂଚନା ଦେବା ସହ ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ ହୋଇଯାଇଥିବା କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ଏବେ ବ୍ଲାକବକ୍ସ ଡାଟାକୁ ଡିକୋଡ୍ କାମ ଆରମ୍ଭ କରିଛି। ଡିଜିସିଏ ଓ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାମରେ ଲାଗିଛନ୍ତି।
ଅଧିକ ପଢ଼ନ୍ତୁ: ୧୨ ଜୁନ୍ ପୂର୍ବରୁ ଦୁଇ ଥର ଟିକେଟ କାଟିଥିଲେ ବିଜୟ ରୂପାନୀ, କିନ୍ତୁ...
ବିଭାଗୀୟ ସଚିବ ସମୀର ସିହ୍ନା କହିଛନ୍ତି ପାଇଲଟଙ୍କ MAY DAY ସୂଚନା ପାଇ ଏଟିସି ପକ୍ଷରୁ ତୁରନ୍ତ ବିମାନକୁ ଫେରାଇ ଅଣାଯିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେପଟୁ ଆଉ କୌଣସି ଉତ୍ତର ମିଳିନଥିଲା। ଏଣେ ବିମାନ ଦୁର୍ଘଟଣାସ୍ଥଳରେ ତଦନ୍ତକୁ ଆହୁରି ସକ୍ରିୟ କରିଛନ୍ତି NSG, NDRF ଏବଂ ଫାୟାର ରେସ୍କ୍ୟୁ ଫୋର୍ସ। ଭାରତୀୟ ବାୟୁ ସେନାର ଏକ ଟିମ୍ ସହ ଫରେନସିକ ଟିମ୍ ବି ଯାଞ୍ଚରେ ଲାଗିଛି। CISF ଏବଂ DGCA ଟିମ୍ ବି ଅନୁଧ୍ୟାନ କରୁଛନ୍ତି।
ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭୪କୁ ବଢ଼ିଛି। ବିଜେ ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ମେଡିକାଲ କଲେଜ ବିଲଡିଂରେ ଲାଖି ରହିଥିବା ବିମାନର ବାକି ଅଂଶକୁ କ୍ରେନ୍ ଲଗାଇ କଢ଼ା ଯାଇଛି। ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIBର ଅନୁରୋଧ କ୍ରମେ ସବୁ ହଷ୍ଟେଲ ଖାଲି କରି ଦିଆଯାଇଥିବା ସୂଚନା ଦେଇଛନ୍ତି ବିଜେ ମେଡିକାଲ କଲେଜର ଡିନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749967832.jpg)