/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661065097.jpg)
Special story
ସଡ଼କରେ ଗର୍ତ୍ତ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ ରହିବେ । କେରଳ ହାଇକୋର୍ଟ ଏପରି ରାୟ ଶୁଣାଇଛନ୍ତି । ଏହାକୁ ରୋକିବା ପାଇଁ ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଚେୟାରମ୍ୟାନ୍ଙ୍କୁ ସଡ଼କର ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ଦେବନ ରାମଚନ୍ଦ୍ରନ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି, ଏପରି ଦୁର୍ଘଟଣା ରୋକିବା ପାଇଁ ଭାରତ ସରକାର ଏବଂ ବିଶେଷ କରି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଶେଷ ଭୂମିକା ରହିଛି।
ଜାତୀୟ ରାଜପଥରେ ଦୁର୍ଘଟଣାରେ କେହି ଆହତ କିମ୍ବା ଜୀବନ ହରାଇଲେ, ଏହାକୁ ସାମ୍ବିଧାନିକ ଅତ୍ୟାଚାର ଭାବରେ ଗ୍ରହଣ କରାଯିବା ଉଚିତ୍ । ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଜଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକାଂଶ ମାମଲାରେ ଖରାପ ରାସ୍ତା ପାଇଁ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି । ଦିନକୁ ଦିନ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।
କୋର୍ଟ କହିଛନ୍ତି, ଦୁର୍ନୀତିଗ୍ରସ୍ତ ପାଇଁ ଲୋକଙ୍କ ଜୀବନ ଯାଉଛି । ନିମ୍ନମାନର କାମ ପାଇଁ ଶୀଘ୍ର ଖରାପ ହେଉଛି ରାସ୍ତା । ନିୟମିତ ବ୍ୟବଧାନରେ ରାସ୍ତା କାମ ହେଉଥିଲେ ହେଁ କୌଣସି ସୁଧାର ଦେଖିବାକୁ ମିଳୁନାହିଁ । ଏପରି ହେବା ଉଚିତ୍ ନୁହେଁ । ଏଥିପାଇଁ ଆଗାମୀ ସମୟରେ ସଡ଼କ ଦୁର୍ଘଟଣା ପାଇଁ ପ୍ରାଣହାନୀ ହେଲେ ଦ୍ୱାରା ଜିଲ୍ଲାପାଳ (ଡିଏମ୍) ଦାୟୀ ରହିବେ ବୋଲି କେରଳ ହାଇକୋର୍ଟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)