• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୌସୁମୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ମହାରାଷ୍ଟ୍ର ଏବଂ ଗୁଜରାଟରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଏହି ଦୁଇଟି ରାଜ୍ୟରେ ଏଯାଏଁ ପ୍ରାୟ ଦେଢ଼ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗୁଜରାଟର ନଭସରୀ ଅଞ୍ଚଳରେ ହତ ୪ ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ଫଳରେ ରାସ୍ତାଘାଟ ଘରଦ୍ୱାର ସବୁକିଛି ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ସେହିପରି ମହାରାଷ୍ଟ୍ର ପୁଣେରେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । 

ବନ୍ୟା ସମୟରେ ପୁଣେର ଜୁନାର ଅଞ୍ଚଳରେ ନଦୀପାର ବେଳେ ଜଣେ ବ୍ୟକ୍ତି ଭାସିଯାଉଥିବା ଦେଖିବାକୁ ମିଳିଛି । ସଂପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ସାଧାରଣ ଲୋକେ ମିଶି ଉଦ୍ଧାର କରିଛନ୍ତି । ଏହାସହ ଚାରିଦିନ ଧରି ଲଗାଣ ବର୍ଷା ଯୋଗୁଁ ଗୁଜୁରାଟର ନବସାରିରେ ଭୟଙ୍କର ବନ୍ୟା ପରିସ୍ଥିତି ପୂର୍ଣ୍ଣା ନଦୀରେ ଜଳସ୍ତର ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ସହରର ୩୦ ପ୍ରତିଶତରୁ ଅଧିକ ଅଂଶ ଜଳମଗ୍ନ ହୋଇଛି । ଏହାସହ ୫ ହଜାରରୁ ଅଧିକ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରୁ ଜୁଜ୍ ଓ କାଲିଆ ନଦୀବନ୍ଧ ବୁଡ଼ି ବନ୍ୟାଜଳ ନିଷ୍କାସନ ହେଉଛି । ପରିସ୍ଥିତି ଭୟାନକ ହେଉଥିବାରୁ ୨୩ଟି ଗାଁକୁ ଆଲର୍ଟ କରାଯାଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ୫ରୁ ୬ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ସେହିପରି ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ବୈତର୍ଣ୍ଣା ନଦୀରେ ଫସିଥିବା ୧୦ ଜଣ ଶ୍ରମିକଙ୍କୁ ଏନ୍‌ଡିଆର୍‌ଏଫ୍ ଟିମ୍ ଉଦ୍ଧାର କରିଛି । ନଦୀ ମଝିରେ ଶ୍ରମିକମାନେ କାମ କରୁଥିବା ବେଳେ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରୁ ଶ୍ରମିକମାନେ ଫସି ରହିଥିଲେ ପରେ ସ୍ଥାନୀୟ ପ୍ରଶାସନ ଏବଂ ଏନ୍‌ଡିଆର୍‌ଏଫ୍ ଟିମ୍‌ର ଉଦ୍ୟମରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି । ଏହାସହ ତେଲଙ୍ଗାନାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।