Ayodhya Ram Mandir
ଆଜିଠୁ ଅଯୋଧ୍ୟାରେ ଶ୍ରୀରାମଙ୍କ ଦରବାରର ହେବ ପ୍ରାଣପ୍ରତିଷ୍ଠା ଉତ୍ସବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଶିଖରକୁ ସୁବର୍ଣ୍ଣ ଖଚିତ କରାଯାଇଛି। ଆସନ୍ତା ୫ ତାରିଖରେ ଶ୍ରୀରାମଙ୍କ ଦରବାର ସହିତ ୭ ଉପମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯିବ।
ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା
ଏଥିପାଇଁ ଆଜିଠୁ ଆନୁଷ୍ଠାନିକ ଭାବରେ ଭବ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏଥିରେ ୧୦୧ ଆଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ, ପୂଜ୍ୟ ସନ୍ଥ, ଆଚାର୍ଯ୍ୟ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ଏବଂ ଭକ୍ତମାନଙ୍କ ଏକ ବିଶାଳ ସମାବେଶରେ ସରୟୁ ନଦୀ କୂଳରୁ କଳସ ଯାତ୍ରାର ଆୟୋଜନ କରାଯାଇଥିଲା।
ସେପଟେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଅଯୋଧ୍ୟା ରାମ ମନ୍ଦିରର ତଳ ମହଲାରେ ସ୍ଥାପନ ହୋଇଛି ସୁନା କବାଟ। ଉପର ମହଲାରେ ସୁରକ୍ଷା ଦୃଷ୍ଟିରୁ କୌଣସି ସୁନା କବାଟ ସ୍ଥାପନ କରାଯାଇନାହିଁ।
ଉପର ମହଲାରେ କେବଳ ସାଗୁଆନରେ ନିର୍ମିତ କବାଟ ଲଗାଯାଇଛି। ଆଗକୁ ମନ୍ଦିର ଚୂଡ଼ାରେ ସ୍ବର୍ଣ୍ଣ ଖଚିତ କଳସ ଲଗାଯିବ। ଜୁଲାଇ ଶେଷ ସୁଦ୍ଧା ଏହା ସମାପ୍ତ ହେବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748937537.jpg)