Advertisment

ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !

ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Hathras stampede News In odia

Hathras stampede

Advertisment

ଉତ୍ତର ପ୍ରଦେଶ ହାଥରସରେ ଚାଲିଥିଲା ସତସଙ୍ଗ। ହାଥରସରେ  ପ୍ରବଚନ ଦେଉଥିଲେ ‘ଭୋଲେ ବାବା’। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ଯାହାଫଳରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ‘ପାଦ ଧୂଳି’ ପାଇଁ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି  । ଲୋକଙ୍କ କହିବା ଅନୁଯାୟୀ, ସତ୍‌ସଙ୍ଗ ପରେ ଯେତେବେଳେ ଶ୍ରଦ୍ଧାଳୁମାନେ ବାବାଙ୍କ ‘ପାଦ ଧୂଳି’ ଆଣିବାକୁ ଯାଉଥିଲେ ପ୍ରବଳ ମାତ୍ରରେ ଭିଡ଼ ପାଇଁ ଏଭଳି ଘଟଣା ଘଟିଥିଲା । ସତସଙ୍ଗରେ ପାଖାପାଖି ୫୦ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ । ଯାହାଫଳରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି । 

Advertisment

ସେପଟେ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ପୋଲିସ ଛାନଭିନ୍ କରିଛି। ରାତି ତମାମ ପୋଲିସ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବାବାଙ୍କର କୌଣସି ପତ୍ତା ମିଳିନି। 

ଅଧିକ ପଢ଼ନ୍ତୁ: ହାଥରସ୍‌ ଦଳଚକଟା ଘଟଣା: କିଏ ଏହି ‘ଭୋଲେ ବାବା’ ? ଆୟୋଜନ କରିଥିଲେ ‘ସତସଙ୍ଗ’...

Advertisment

ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଯିଏ ବି ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ମନ୍ତ୍ରୀ କହିଛନ୍ତି। ଗତକାଲି ହାଥରସ ସତସଙ୍ଗସ୍ଥଳରେ ଦଳାଚକଟା ଘଟି ୧୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ହାଥରସ ଠାରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ହାଥରସ୍ ଫୁଲୁରୀ ଗାଁରେ ଏକ ସତସଂଗ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା।

Advertisment

ତେବେ ଜାଣିଛନ୍ତି କି, କିଏ ଏହି ଭୋଲେ ବାବା ? ନାରାୟଣ ସାକାର ହରି ଓରଫ୍ ସାକାର ବିଶ୍ବ ହରି ଓରଫ୍ ଭୋଲେ ବାବା । ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଦାବି କରନ୍ତି । ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି। ରୋଚକ କଥା ହେଉଛି, ଭୋଲେ ବାବାଙ୍କର ସୋସିଆଲ ମିଡିଆରେ କୌଣସି ଉପସ୍ଥିତି ନାହିଁ କି ପ୍ରଚାର ପ୍ରସାର ହୁଏ ନାହିଁ। ତାଙ୍କ ଘର ୟୁପିର ଏଟା ଅନ୍ତର୍ଗତ ପଟିଆଲି ତହସିଲର ବାହାଦୂର ଗାଁ।

Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ