• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ବଢ଼ିଚାଲିଛି ସାଇବର ଠକଙ୍କ ଆତଙ୍କ । ଚାରିଆଡେ ମାତିଛନ୍ତି ଏବେ ସାଇବର ଠକ । ବିଭିନ୍ନ ଉପାୟରେ ଲୋକଙ୍କ ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ୟୁଜର୍ସ ମାନଙ୍କୁ ବେଶ୍‌ ଠକୁଛନ୍ତି ଏହି ଦୃର୍ବୁତ୍ତ । ଏଥିପ୍ରତି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି ସତ । ହେଲେ ବି ଅପରାଧୀମାନେ ନୂଆ ନୂଆ ଜ୍ଞାନକୌଶଳ ଅପଣାଇ ୟୁଜର୍ସଙ୍କ ତଥ୍ୟ ହ୍ୟାକ୍ କରିବା ସହ ସେମାନଙ୍କ ଆକାଉଣ୍ଟରେ କଳାକନା ବୁଲାଉଛନ୍ତି ।

ଏହାରି ମଧ୍ୟରେ ଦୁର୍ବୃତ୍ତମାନେ ଠକିବା ପାଇଁ ଏକ ନୂଆ ପନ୍ଥା ଆପଣାଇଛନ୍ତି । ଯେଉଁଥିରେ ମାତ୍ର ଗୋଟିଏ କ୍ଲିକ୍‌ରେ ହିଁ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଥିବା ସବୁ ଇନଫରମେସନ୍ ହ୍ୟାକ୍ ହୋଇଯାଉଛି । ଫଳରେ ଦୁର୍ବୃତ୍ତ ୟୁଜର୍ସଙ୍କ ସୋସିଆଲ ମିଡିଆକୁ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇ ମନଇଚ୍ଛାରେ ଚଲାଉଛନ୍ତି । ଏହିପରି ଭାବରେ ଶହ ଶହ ଆକାଉଣ୍ଟ ହ୍ୟାକ୍‌ କରାଯାଉଛି । ଯାହା ଏବେ ପୋଲିସ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି । ହ୍ୱାଟ୍‌ଆପ୍‌ ହ୍ୟାକ୍‌ ଘଟଣା ପରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଫସ୍‌ବୁକ୍‌ ହ୍ୟାକ୍‌ ଘଟଣା । ଦୃର୍ବୁତ୍ତମାନେ ବିଶେଷ କରି ବହୁ ପରିଚିତ ଲୋକଙ୍କୁ ନିଜ ଟାର୍ଗେଟ୍‌ କରୁଛନ୍ତି । ସେମାନଙ୍କ ସିକ୍‌ରେଟ୍‌ ତଥ୍ୟ ଚୋରି କରିବା ପରେ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରି ବେଶ୍ ଫାଇଦା ଉଠାଉଛନ୍ତି ।

କିପରି ହ୍ୟାକ୍ କରୁଛନ୍ତି ଦୃର୍ବୁତ୍ତ ?

ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ପାଖକୁ ମେସେଞ୍ଜର, ହ୍ୱାଟ୍ସଆପରେ ଏକ୍ ଲିଙ୍କ୍‌ ଆସୁଛି । ଲିଙ୍କ୍‌କୁ କ୍ଲିକ୍‌ କଲେ ନିଜ ନାଁ , ID ଓ ପାସ୍‌ୱାର୍ଡ ଦେବା ପାଇଁ କୁହାଯାଉଛି । ଯାହା ପରେ ଇଣ୍ଟାଗ୍ରାମ୍ ଓ ଫେସ୍‌ବୁକ୍‌ ହ୍ୟାକ୍‌ ହେବା ସହ ଇ-ମେଲ୍‌ର ସିକ୍‌ରେଟ୍‌ ତଥ୍ୟ ମଧ୍ୟ ହ୍ୟାକ୍‌ ହୋଇଯାଉଛି । ଏହା ପରେ ଦୃର୍ବୁତ୍ତ ୟୁଜରର ଆଧାର କାର୍ଡ, ପାନ୍ କାର୍ଡ, ଇନସ୍ୟୁରାନ୍ସ, ବ୍ୟାଙ୍କ, ମେଲ ଆଦିକୁ ହ୍ୟାକ୍‌ କରି ସେଥିରୁ ସବୁ ତଥ୍ୟକୁ ଚେରାଇ ନେଇଥାନ୍ତି । ସାଧାରଣତଃ ୟୁଜର୍ସଙ୍କ ଫୋନ୍‌ ସହ ଇ-ମେଲ୍‌ ଲିଙ୍କ୍ ହୋଇଥାଏ ଫଳରେ ଦୃର୍ବୁତ୍ତମାନେ ଖୁକ୍‌ କମ ସମୟରେ ହିଁ ତଥ୍ୟ ଚୋରି କରିଦେଇଥାନ୍ତି ।

କିପରି ଠକାମିରୁ ବଞ୍ଚିବେ ?

ଯଦି ଆପଣ ସାଇବର ଠକାମୀରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ହ୍ୱାଟ୍‌ଆପ୍ ଓ ମେସେଞ୍ଜରରେ ଆସୁଥିବା ଏହିଭଳି କୌଣସି ଲିଙ୍କ୍‌କୁ କ୍ଲିକ୍ କରନ୍ତୁ ନାହିଁ । ଯଦିଓ ଆପଣ କୌଣସି ଲିଙ୍କ୍‌ରେ ନିଜ ଫେସ୍‌ବୁକ୍‌ ଆଇଡି ପାସ୍‌ୱାର୍ଡ ଦେଇଛନ୍ତି ତେବେ ତୁରନ୍ତ ହିଁ ନିଜ ପାସ୍‌ୱାର୍ଡକୁ ଚେଞ୍ଚ୍‌ କରିଦିଅନ୍ତୁ । କେବଳ ଏତିକି ନୁହେଁ ଟୁ-ଷ୍ଟେପ୍ ଭେରିଫିକେସନ୍ ମଧ୍ୟ କରାଇନିଅନ୍ତୁ । ଫଳରେ ଦୃର୍ବୁତ୍ତ ଆପମଙ୍କ ତଥ୍ୟ ଚୋରାଇବାରେ ବିଫଳ ହେବ ।

ତେବେ ଦେଶରେ ଦିନକୁ ଦିନ ଏହିପରି ଅପରାଧର ଚେର ବଢ଼ୁଥିବାବେଳେ ଏଥିପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଅପରାଧର ଚେର ଧିରେ ଧିରେ ଲମ୍ୱିବାରେ ଲାଗିଛି । ଯାହା କାରଣରୁ ନିରୀହ ଲୋକେ ଠକାମୀର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ ବସୁଛନ୍ତି ।