Advertisment

ବ୍ଲକ କରିଦେଲା ପ୍ରେମିକ... ରାଗରେ ନିଜକୁ ପୋଡ଼ିଦେଲା ପ୍ରେମିକା

ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଗଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Girl Attempted Suicide

Girl Attempted Suicide

ଫୋନ୍ କଲ ଉଠାଇଲାନି ପ୍ରେମିକ । ବାରମ୍ୱାର କଲ୍ କରିବାରୁ ନମ୍ୱର ବ୍ଲକ କରିଦେଳା । ବାସ୍ ଏତିକିରେ ପ୍ରେମିକା ପହଞ୍ଚିଗଲେ ଯୁବକଙ୍କ ପାଖରେ। ଆଉ କଥା ନ ଶୁଣିବାରୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଘଟଣାଟି ରାଜସ୍ଥାନର ହନୁମାନଗଡ଼ ଅଂଚଳର। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ହନୁମାନଗଡ଼ରେ ରହୁଥିବା ୨୦ବର୍ଷୀୟା ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ସେହି ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ବିବାହ ପାଇଁ କହିବାରୁ ଯୁବତୀଙ୍କୁ ଅଣଦେଖା କରିଥିଲେ। କିଛି ଦିନ ପରେ ତାଙ୍କ ସହ ଯୋଗାଯୋଗ ରଖିନଥିଲେ। ଏପରିକି ତାଙ୍କ ସହ କଥା ନ ହେବା ପାଇଁ ଫୋନରେ ଯୁବତୀଙ୍କୁ ଯୁବକ ଜଣକ ବ୍ଲକ୍‌ କରିଦେଇଥିଲା। 

ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଜକୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସମୟରେ ସେ କହିଥିଲେ ଯେ, ‘ଯୁବକ ତାଙ୍କୁ ବିବାହ ପାଇଁ ମନା କଲେ। ଏପରିକି ତାଙ୍କୁ ଫୋନରେ ବ୍ଲକ କରିଦେଲେ। ଏଥିପାଇଁ ସେ ଆତ୍ମଦାହ କରିବାକୁ ନିଷ୍ପତ୍ତି ନେଇଥିଲେ’।

Advertisment
India Rajasthan
Advertisment
Advertisment