• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ । UAPA ଆଇନ୍ ଅନୁସାରେ ହାଫିଜ୍ ସୟିଦର ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ୪୭ ବର୍ଷୀୟ ହାଫିଜ୍ ତଲ୍‌ହା ସୟିଦ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ବରିଷ୍ଠ ସଦସ୍ୟ । ସେ ସଂଗଠନ ପାଇଁ ଆତଙ୍କବାଦୀ ନିଯୁକ୍ତି, ପାଣ୍ଠି ସଂଗ୍ରହ, ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ ସହ ଏହାକୁ ସଫଳ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତ ଓ ଆଫଗାନିସ୍ଥାନରେ ଥିବା ଭାରତର ସଂପତ୍ତିକୁ ଟାର୍ଗେଟ କରୁଛି ହାଫିଜ ତଲ୍‌ହା ସୟିଦ ।

ପାକିସ୍ତାନରେ ଥିବା ଲସ୍କର ଆତଙ୍କୀ ସଂଗଠନର ବିଭିନ୍ନ କାର୍ଯ୍ୟାଳୟ ଗସ୍ତ କରିବା ସହ ଭାରତ ବିରୋଧରେ ଜେହାଦ ପାଇଁ ଆତଙ୍କୀଙ୍କୁ ପ୍ରୋତ୍ସାହିତ କରୁଥିବା ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଦର୍ଶାଇଛି । ଏଥିପାଇଁ ହାଫିଜ ତଲ୍‌ହା ସୟିଦ ଏକ ଆତଙ୍କବାଦୀ ବୋଲି UAPA ଆଇନ ଅନୁଯାୟୀ ଘୋଷଣା କରିଛି । ଭାରତ ହାଫିଜ ତଲ୍‌ହା ସୟିଦର ବାପା ହାଫିଜ୍ ସୟିଦକୁ ଗତକାଲି ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ଆଜି ତାର ପୁଅ ହାଫିଜ ତଲ୍‌ହା ସୟିଦକୁ ଆତଙ୍କବାଦୀ ଘୋଷଣା କରିଛି ଭାରତ ।

୨୬/୧୧ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ହାଫିଜ୍ ସଇଦ୍‌କୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ। ପାକିସ୍ତାନ ଲାହୋର ସ୍ଥିତ ଆତଙ୍କବାଦ ନିରୋଧୀ କୋର୍ଟ ଗତକାଲି ଏହି ରାୟ ଶୁଣାଇଛନ୍ତି। କାଲି ୨ଟି ମାମଲାର ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ତାସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ସହିତ ହାଫିଜ୍‌ର ସମସ୍ତ ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।