Advertisment

ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ସର୍ଭେ ନେଇ କୋର୍ଟଙ୍କ ବଡ଼ ନିଷ୍ପତ୍ତି

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ସର୍ଭେ ସମ୍ପର୍କରେ କୋର୍ଟଙ୍କ ବଡ ନିଷ୍ପତ୍ତି । ମସଜିଦର ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ କୋର୍ଟ ମନା କରି ଦେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Gyanvapi Mosque survey to continue, says Varanasi court

Gyanvapi Mosque survey to continue, says Varanasi court

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ସର୍ଭେ ସମ୍ପର୍କରେ କୋର୍ଟଙ୍କ ବଡ ନିଷ୍ପତ୍ତି । ମସଜିଦର ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ କୋର୍ଟ ମନା କରି ଦେଇଛନ୍ତି । ଅଜୟ ମିଶ୍ରଙ୍କ ବ୍ୟତୀତ କୋର୍ଟ ବିଶାଲ କୁମାର ସିଂ ଏବଂ ଅଜୟ ସିଂଙ୍କୁ କୋର୍ଟ କମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହାସହ ମସଜିଦ ସର୍ଭେ ସମୟରେ ଉଭୟ କିମ୍ବା ଉଭୟଙ୍କ ମଧ୍ୟରୁ ଜଣେ ଉପସ୍ଥିତ ରହିବେ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

Advertisment

କେବଳ ଏତିକି ନୁହେଁ ମେ ୧୭ ପୂର୍ବରୁ ମସଜିଦ ଉପରେ ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମେ ୧୭ରେ ସର୍ଭେର ପରବର୍ତ୍ତୀ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ଏନେଇ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ, ‘ସମଗ୍ର ମସଜିଦ କମ୍ପ୍ଲେକ୍ସ ଉପରେ ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ଏବଂ ପ୍ରଶାସନକୁ ଏହି କାର୍ଯ୍ୟ ଶେଷ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏଥିରେ ହସ୍ତକ୍ଷେପ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।’

Advertisment

ସୂଚନା ଅନୁସାରେ, ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କ ହଟାଇବାକୁ ଦାବି କରି ଅଞ୍ଜୁମାନ ଇନ୍ତେଜାମିୟା ମସଜିଦ୍ କମିଟି ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା । ଏହା ଉପରେ ୩ ଦିନ ବିତର୍କ ପରେ ବାରାଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ରବି କୁମାର ଦିଓ୍ୱାକର ଗତକାଲି ଏହି ରାୟ ସଂରକ୍ଷଣ କରିଥିଲେ । ପୂର୍ବରୁ ମଧ୍ୟ ଏହି ମସଜିଦରେ ସର୍ଭେ ଟିମ୍ ପହଞ୍ଚି ଯାଞ୍ଚ କରିଥିବାବେଳେ ମସଜିଦର କେୟାର ଟେକର କମିଟି ଓ ଆଇନଜୀବୀ ମସଜିଦ ମଧ୍ୟରେ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି ।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଏହି ଜ୍ଞାନବ୍ୟାପୀ ମସଜିଦ ରହିଛି । ଗତବର୍ଷ ୫ ଜଣ ମହିଳା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ମସଜିଦର ପଶ୍ଚିମ କାନ୍ଥର ପଛ ପଟେ ଥିବା ମା ଶ୍ରୀଗଙ୍ଗା ଗୌରୀଙ୍କ ଦର୍ଶନ ପାଇଁ କଟକଣା ମୁକ୍ତ ଓ ସବୁ ସମୟରେ ଯାତାୟାତ ସୁବିଧା ପ୍ରଦାନ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ବର୍ଷକୁ ଗୋଟିଏ ଥର ଉକ୍ତ ଧର୍ମପୀଠକୁ ଦର୍ଶନ ଓ ପୂଜାପାଠ ପାଇଁ ଖୋଲା ଯାଉଛି । ଆବେଦନକାରୀ ମହିଳାମାନେ ପୁରୁଣା ମନ୍ଦିର ଭିତରେ ଥିବା ଅନ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ମଧ୍ୟ ଅନୁମତି ଦେବାକୁ କୋର୍ଟରେ ନିବେଦନ କରିଥିଲେ ।

Varanasi's Gyanvapi Mosque Gyanvapi Masjid Gyanvapi Masjid Row
Advertisment
Advertisment