• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜ୍ଞାନବାପି ଶୁଣାଣି ସ୍ଥାନାନ୍ତର । ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପି ମସଜିଦ ବିବାଦ ମାମଲାର ଶୁଣାଣି ବାରଣାସୀ ସ୍ଥିତ ସିଭିଲ୍ ଜଜ୍ ସିନିୟର ଡିଭିଜନ୍‌ରେ ନୁହେଁ ବରଂ, ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହେବ । ମାମଲାର ସମ୍ବେଦନଶୀଳତାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏହାକୁ ସ୍ଥାନାନ୍ତର କରିଛନ୍ତି । ଏଥିରେ ସମସ୍ତ ପକ୍ଷର ଯେପରି ସ୍ୱାର୍ଥ ରକ୍ଷା କରାଯିବ ସେନେଇ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ମୁସଲିମ ପକ୍ଷ ଦାବି କରିଥିଲେ ଯେ ସ୍ଥାନୀୟ ଅଦାଲତଙ୍କ ଆଦେଶର ଅପବ୍ୟବହାର କରାଯାଉଛି ।

ସୂଚନା ଅନୁସାରେ, ରିପୋର୍ଟ ଦେଖିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମନା କରିଦେଇଛନ୍ତି । ଜିଲ୍ଲା ଜଜ୍ ଏହାକୁ ଦେଖିବାକୁ ସକ୍ଷମ ବୋଲି କହିଛନ୍ତି । ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ଏନେଇ ବେଞ୍ଚ କହିଛନ୍ତି ଯେ, ଏହା ବର୍ତ୍ତମାନ ତିନୋଟି ପରାମର୍ଶ ଉପରେ କିଛି କରିପାରିବ ।

ପ୍ରଥମେ, ଦାଖଲ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଏହା ଟ୍ରାଏଲ କୋର୍ଟକୁ କହିପାରିବ । ଦ୍ୱିତୀୟରେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ କିମ୍ବା ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏହା ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିପାରିବ । ଏହା ବ୍ୟତୀତ ମାମଲାର ଜଟିଳତା ଏବଂ ସମ୍ବେଦନଶୀଳତାକୁ ବିଚାର କରି ଜିଲ୍ଲା ଜଜଙ୍କୁ ବିଚାର କରିବାକୁ କହିବ ।

ସେହିପରି ଉତ୍ତରପ୍ରଦେଶ ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବାପି ଶୃଙ୍ଗାର ଗୌରୀ କଂପ୍ଲେକ୍ସର ସର୍ଭେ ନିର୍ଦ୍ଦେଶକୁ ନେଇ ମଧ୍ୟ ବିବାଦ ତେଜିଥିଲା ।