Advertisment

ଜ୍ଞାନବାପି ମସଜିଦ୍ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Gyanvapi Masjid case

Gyanvapi Masjid case

ଉତ୍ତର ପ୍ରଦେଶ ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ । ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ ହୋଇଥିଲା ଏହି ଆବେଦନ । ସର୍ବେକ୍ଷଣ କାମକୁ ବନ୍ଦ କରିବାକୁ ଯାଚିକାକର୍ତ୍ତା ଆବେଦନ କରିଥିଲେ ।

Advertisment

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପିଏସ୍ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଆଲ୍ଲାହାବାଦ ହାଇକୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶ ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍‌ର ସର୍ବେକ୍ଷଣ ହୋଇଥିଲା ।

ସୂଚନା ଅନୁସାରେ, ଗତକାଲି ସକାଳ ୮ ଟାରେ ୫୮ ଜଣ ସଦସ୍ୟ ବିଶିଷ୍ଟ ସର୍ବେକ୍ଷଣ ଟିମ୍ ଆଡଭୋକେଟ୍ କମିଶନର୍ ବିଶାଲ ସିଂହଙ୍କ ନେତୃତ୍ତ୍ୱରେ ମସଜିଦ ପରିସରରେ ପ୍ରବେଶ କରି ସର୍ବେକ୍ଷଣ କରିଥିଲେ । ଗତକାଲି ୨୦ ପ୍ରତିଶତ ଭିଡିଓଗ୍ରାଫି କାମ ଶେଷ ହୋଇଛି ।ଏହା ପୂର୍ବରୁ ଦୁଇ ଦିନ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ଭିଡିଓଗ୍ରାଫି କାର୍ଯ୍ୟ ଶେଷ ହୋଇଥିଲା ।

Advertisment

ସେହିପରି ଜ୍ଞାନବାପି ମସଜିଦରେ ଭିଡିଓ ସର୍ବେକ୍ଷଣ ସମ୍ପୂର୍ଣ୍ଣ ହୋଇଛି । ଗତକାଲି ମସଜିଦ୍ ପରିସରରେ ତୃତୀୟ ଦିନର ଭିଡିଓଗ୍ରାଫି ସହ ଶେଷ ହୋଇଛି ଏହିସବୁ ସର୍ଭେ କାମ । ସର୍ଭେ ଶେଷ ହୋଇଥିବା ବେଳେ ମସଜିଦ୍ ପରିସରରୁ କିଛି ଚାଞ୍ଚଲ୍ୟକର ପ୍ରମାଣ ମିଳିଥିବା ଦାବି କରାଯାଉଛି ।

Gyanvapi Masjid Gyanvapi Masjid Case
Advertisment
Advertisment