Advertisment

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ବଡ଼ ଆକ୍ସନ: ଗିରଫ ହେଲେ ପୂର୍ବତନ ଡିଜିପି

ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି।

author-image
Rajalaxmi Sahoo
 Former DGP R B Sreekumar Arrested

Former DGP R B Sreekumar Arrested

୨୦୦୨ ଗୁଜରାଟ ଦଙ୍ଗା ମାମଲାକୁ ନେଇ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି। ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି। ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ତାଙ୍କୁ ଅହମ୍ମଦାବାଦ୍ ପୋଲିସ୍ ଗିରଫ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି।

Advertisment

ଏହାସହ ମାମଲାରେ ଅନ୍ୟ ଜଣେ ପୂବର୍ତନ ଆଇପିଏସ୍ ସଞ୍ଜୀବ ଭଟ୍ଟଙ୍କ ନାଁରେ ବି ମାମଲା ଦାଏର ହୋଇଛି। ଅନ୍ୟପଟେ, ମୁମ୍ବାଇରେ ପଚରାଉଚରା ପରେ ସ୍ୱେଚ୍ଛାସେବୀ ତିସ୍ତା ସିତଲବାଡ୍‌ଙ୍କୁ ଗୁଜରାଟ ଏଟିଏସ୍ ହେପାଜତକୁ ନେଇଛି। ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ୍‌ ତଥ୍ୟ ଦେବା ନେଇ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚରେ ତିସ୍ତାଙ୍କ ନାଁରେ ମାମଲା ଦାଏର ହୋଇଥିଲା।

୨୦୦୨ ଦଙ୍ଗା ପରେ ଆର୍ ବି ଶ୍ରୀକୁମାର, ସଞ୍ଜୀବ ଭଟ୍ଟ ଓ ତିସ୍ତା ସିତଲବାଡ୍‌ଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ତତ୍କାଳୀନ ଡିଜିପି ଶ୍ରୀକୁମାର ଖୋଲାଖୋଲି ସରକାରଙ୍କୁ ବିରୋଧ କରିଥିଲେ। ମାମଲାର ତଦନ୍ତ କରୁଥିବା SIT ତଦନ୍ତକୁ ନେଇ ଶ୍ରୀକୁମାର ପ୍ରଶ୍ନ ଉଠାଇବା ସହ ସବୋର୍ଚ୍ଚ ଅଦାଲତରେ ଦ୍ୱାରସ୍ତ ହୋଇଥିଲେ।

Advertisment

ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କ୍ଲିନ୍ ଚିଟ୍ କାଏମ ରହିଥିଲା। ନିମ୍ନକୋର୍ଟରୁ ମିଳିଥିବା କ୍ଲିନ୍ ଚିଟ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି। ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରୀଙ୍କ ପତ୍ନୀ ଜାକିଆ ଜାଫ୍ରୀ ଏହି ଆବେଦନ କରିଥିଲେ। ଜାକିଆଙ୍କୁ ଆଇନଗତ ଭାବେ ସହାୟତା ଦେଉଥିଲା ତିସ୍ତାଙ୍କ ଏନ୍‌ଜିଓ।

PM Modi Gujarat Riots Gujarat Riots 2002 R B Sreekumar Teesta Setalvad
Advertisment
Advertisment