ବର୍ଷା ପାଣି ସାଜିଛି ରୋଜଗାରର ମାଧ୍ୟମ, ବ୍ୟବସାୟ କରି ହୋଇଛନ୍ତି ମାଲାମାଲ

ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି ।

Rain Water Harvesting

ବର୍ଷା ପାଣି ସାଜିଛି ରୋଜଗାରର ମାଧ୍ୟମ । ଜଳ ସଞ୍ଚୟ ସହ ଭଲ ପଇସା କମାଉଛନ୍ତି ଯୁବକ । ଏହି କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ବର୍ଷାଜଳରୁ କିପରି ଜଣେ ରୋଜଗାର କରି ପାରିବ ? କିନ୍ତୁ ଆଜି ଆପଣଙ୍କୁ ଜଣେ ଏପରି ଯୁବକଙ୍କ କଥା କହିବୁ ଯିଏ ବର୍ଷାଜଳରେ ବ୍ୟବସାୟ କରି ହୋଇଛନ୍ତି ମାଲାମାଲ ।

ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି । ୨୦୨୧ ମସିହାରେ, ତାଙ୍କର ଏପରି ଆଶ୍ଚର୍ଯ୍ୟକର ଧାରଣା ଆସିଥିଲା । ଆଉ ଆଜି ସେ ବର୍ଷା ଜଳ ସଂରକ୍ଷଣ, ଫିଲ୍ଟର ଏବଂ ବୋତଲରେ ପ୍ୟାକ କରି ୧୫୦ ଜଣଙ୍କ ନିକଟରେ ପହଞ୍ଚାଉଛନ୍ତି ଏବଂ ଏଥିରୁ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ମଇଁଷିର ନାଁ ଯୁବରାଜ; ବର୍ଷକୁ ରୋଜଗାର ଦେଉଛି ୩୦ ଲକ୍ଷରୁ ଅଧିକ ଟଙ୍କା

ତେବେ ଏନେଇ ରାହୁଲ କହିଛନ୍ତି ଯେ, ମୁଁ ପ୍ରଥମେ ଘରେ ବର୍ଷା ପାଣି ପିଇବାକୁ ଚିନ୍ତା କଲି । ତା’ପରେ ପରେ ମୁଁ ଅନୁଭବ କଲି ଯେ ମୋ ପରି ଅନେକ ଲୋକ ବର୍ଷା ପାଣି ପିଇବାକୁ ଇଚ୍ଛା କରୁଥିବେ । ତେଣୁ ମୁଁ ଏହି ପାଣି ସଂଗ୍ରହ କରି ଏକ ବ୍ୟବସାୟ ଆରମ୍ଭ କରିଥିଲି । କିନ୍ତୁ ଏଥିପାଇଁ ରାହୁଲଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ତେଣୁ କିଛି ଲୋକଙ୍କ ସହାୟତାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଜିରୋରୁ ଆରମ୍ଭ କରିଥିବା ରାହୁଲଙ୍କ ପାଖରେ ଆଜି ଗୋଟିଏ ୨ ଲକ୍ଷ ଲିଟର ଏବଂ ଗୋଟିଏ ୧ ଲକ୍ଷ ଲିଟରର ଷ୍ଟୋରେଜ୍ ଟ୍ୟାଙ୍କ ରହିଛି । ଯାହାକୁ ନିର୍ମାଣ ପାଇଁ ସେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ନିଜ ବ୍ୟବସାୟକୁ ବ୍ୟାପକ କରିବା ପାଇଁ ସେ ବର୍ଷା ଜଳ ବିଷୟରେ ସଚେତନତା ଆରମ୍ଭ କରିଥିଲେ । ଏଥିପାଇଁ ସେ ସେମିନାର ଆୟୋଜନ କରୁଥିଲେ ଏବଂ ସୋସିଆଲ ମିଡିଆରେ ମଧ୍ୟ ମାର୍କେଟିଂ କରୁଥିଲେ । ଏବେ ରାହୁଲ ସୁରଟର ପ୍ରୟ ୧୫୦ ଘରକୁ ବର୍ଷା ଜଳ ବିତରଣ କରୁଛନ୍ତି । କେବଳ ଏତିକି ନୁହେଁ, ସେ ଲୋକମାନଙ୍କୁ ବର୍ଷା ଜଳ ଅମଳ ବ୍ୟବସ୍ଥା କରିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।

ଏବେ ଗ୍ରୀଷ୍ମଦିନରେ ବହୁଳମାତ୍ରା ଜଳ ସଂକଟ ଦେଖିବାକୁ ମିଳୁଛି । ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକ । ତେବେ ରାହୁଲଙ୍କ ପରି ଯଦି ସମସ୍ତେ ଏଭଳି ପଦକ୍ଷେପ ନେବେ ତାହାଲେ ଜଳ ସଙ୍କଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଦେଖନ୍ତୁ ଭିଡିଓ | ଭଲ ରୋଜଗାର ଦେଉଛି ଥାଇଲାଣ୍ଡ ତରଭୁଜ