Advertisment

ଆଜିଠୁ ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼: ଜାଣନ୍ତୁ, କ’ଣ ହେଲା ମହଙ୍ଗା, କ’ଣ ଶସ୍ତା...

ଆଜିଠୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ(Daily Essential Items) ଦାମ୍‌ ବଢ଼ିଛି। ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛି।

author-image
Rajalaxmi Sahoo
GST On Some Essential Products

GST On Some Essential Products

ଆଜିଠୁ ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ(Daily Essential Items) ଦାମ୍‌ ବଢ଼ିଛି। ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛି। ସରକାର ଏସବୁ ଜିନିଷ ଉପରେ GST ବଢ଼ାଇଛନ୍ତି। ଏଣିକି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

Advertisment

ମହଙ୍ଗା ହେଲା ପ୍ରି-ପ୍ୟାକେଟ୍‌ ଫୁଡ୍‌ ଖାଦ୍ୟ...

ପ୍ୟାକେଟ୍‌ ଫୁଡ୍‌ ଯେପରିକି- ଦହି, ଲସି, ପନିର ଓ ଘୋଳ ଦହି ଦାମ୍‌ ବଢ଼ିଛି। ଏସବୁ ପ୍ରଡକ୍ଟ ଉପରେ ସରକାର ୫% ଜିଏସ୍‌ଟି ଲଗାଇଛନ୍ତି। ପୂର୍ବରୁ ଏସବୁ ପ୍ରଡକ୍ଟ ଉପରେ କୌଣସି ଜିଏସ୍‌ଟି ଲାଗୁ ହେଉନଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Nirmala Sitharaman)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍‌ ବୈଠକରେ ପ୍ରଥମଥର ପାଇଁ ଏସବୁ ପ୍ରଡକ୍ଟକୁ GSTରେ ସାମିଲ କରାଯାଇଛି। ଟେଟ୍ରା ପ୍ୟାକ୍‌ ହୋଇଥିବା ଦହି , ଲସି, ଘୋଳ ଦହି ଉପରେ ୫% ଜିଏସ୍‌ଟି ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି।  ମୁଢି, ଚୁଡ଼ା ଓ ଖଇ ଭଳି ନୀତିଦିନିଆ ଖାଇବା ଜିନିଷ ପ୍ୟାକେଟ୍ ଓ ଲେବଲ ଲାଗି ବିକ୍ରି ହେଉଥିବା ଅଣ ବ୍ରାଣ୍ଡେଡ୍ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ମାଛ ଓ ମାଂସ ଦାମ୍‌ ମଧ୍ୟ ବଢ଼ିଛି।

ହସ୍ପିଟାଲ୍‌ଠୁ ଆରମ୍ଭ କରି ହୋଟେଲ୍‌ ପର୍ଯ୍ୟନ୍ତ ସବୁ ମହଙ୍ଗା...

ଏବେ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଲୋକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହସ୍ପିଟାଲରେ ଚିକିତ୍ସା ଲାଗି ଦାମୀ ରୁମ୍ ଭଡ଼ାରେ ନେଲେ ବି ଟିକସ ଗଣିବାକୁ ପଡ଼ିବ। ଆଇସିୟୁକୁ ଛାଡ଼ିଦେଲେ ୫ ହଜାର ଟଙ୍କାରୁ ଅଧିକ ଭଡ଼ା ଥିବା ହସ୍ପିଟାଲ ରୁମ୍ ଉପରେ ୫% ଜିଏସ୍‌ଟି ଦେବାକୁ ହେବ। ପୂର୍ବରୁ ଏଭଳି ରୁମ୍‌ ଉପରେ କୌଣସି ଜିଏସ୍‌ଟି ଲାଗୁ ହେଉନଥିଲା। ଶସ୍ତା ହେଟେଲ ରୁମକୁ ଜିଏସଟି ଭୁକ୍ତ କରାଯାଇଥିବାରୁ ସେଗୁଡିକରେ ରହଣୀ ବି ମହଙ୍ଗା ହୋଇଛି। ହଜାରେ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମରେ ଦେବାକୁ ପଡ଼ିବ ୧୨%  ଜିଏସ୍‌ଟି। ବ୍ୟାଙ୍କ ଚେକ୍ ସେବା ଉପରେ ୧୮% ଜିଏସ୍‌ଟି ଲାଗୁ ହୋଇଛି।

Advertisment

ଷ୍ଟେସନାରୀ ସାମଗ୍ରୀ ଦାମ୍‌ ବୃଦ୍ଧି...

ପୂର୍ବରୁ ୫% ସ୍ଲାବରେ ଥିବା ସୋଲାର ୱାଟର ହିଟର ଉପରେ ଏଣିକି ୧୨% ଜିଏସ୍‌ଟି ଲାଗୁ ହୋଇଛି। ଏତଦ୍‌ବ୍ୟତୀତ ଏଲ୍‌ଇଡି ଲାଇଟ୍‌, ଲ୍ୟାମ୍ପ ଦାମ୍‌ ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। କାରଣ ଏସବୁ ଜିନିଷ ଉପରେ ପୂର୍ବରୁ ୧୨% ଜିଏସ୍‌ଟି ଲାଗୁ ହୋଇଥିଲା। ଏବେ ଏହା ବୃଦ୍ଧି ପାଇ ୧୮% ହୋଇଛି। ସେହିପରି ଛୁରୀ, ବ୍ଲେଡ, ପେନସିଲ କଟର, ଚାମଚ, ଫର୍କ ଉପରେ ଜିଏସ୍‌ଟି ବୃଦ୍ଧି ପାଇଛି। ପୂର୍ବରୁ ଏହିସବୁ ଜିନିଷ ଉପରେ ୧୨% ଜିଏସ୍‌ଟି ଲାଗୁ ହୋଇଥିଲା। 

ଶସ୍ତା ହେଲା ଏହିସବୁ ଜିନିଷ..

Splints ଓ ଅନ୍ୟାନ୍ୟ ଫ୍ରାକ୍ଚଚର୍‌ ଉପକରଣ, ଶରୀରରେ ଲାଗୁଥିବା କୃତ୍ରିମ ଅଙ୍ଗ, ଇଣ୍ଟ୍ରା ଓକ୍ୟୁଲର୍‌ ଲେନ୍ସ  ଇତ୍ୟାଦି ଉପରେ ଜିଏସ୍‌ଟି ଦର ହ୍ରାସ ପାଇଛି। ଆଜିଠୁ ଏହିସବୁ ଜିନିଷ ଉପରେ ୫% ଜିଏସ୍‌ଟି ଲାଗୁ ହେବ। ପୂର୍ବରୁ ଏହିସବୁ ଜିନିଷ ୧୨% ସ୍ଲାବ୍‌ରେ ସାମିଲ ଥିଲା। ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ ହେଉଥିବା କିଛି ଉପକରଣ ଉପରେ ଆଜିଠୁ କୌଣସି ଜିଏସ୍‌ଟି ଲାଗୁ ହେବ ନାହିଁ।  

GST Dairy Products
Advertisment
Advertisment