/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689097822.jpg)
Online Game
ମହଙ୍ଗା ହେଲା ଅନଲାଇନ୍ ଗେମିଂ । ହର୍ସ ରେସିଂ ଓ କେସିନୋରେ ବି ଏଣିକି ଦେବାକୁ ପଡିବ ଅଧିକ ଟଙ୍କା । କାରଣ ଏହି ତିନିଟି ଉପରେ ୨୮ ପ୍ରତିଶତ GST ଲାଗୁ ହୋଇଛି । ଆଜି ବସିଥିବା GST କାଉନସିଲର ୫୦ତମ ବୈଠକରେ ନିଆଯାଇଛି କିଛି ବଡ଼ ନିଷ୍ପତ୍ତି ।
ଜିଏସଟି କାଉନସିଲର ନିଷ୍ପତ୍ତି ଅନୁସାରେ, ଏଣିକି ଶସ୍ତା ହେବ କ୍ୟାନସର ରୋଗର ଇମ୍ପୋଟେଡ୍ ଔଷଧ । କାରଣ, ଏହି ଔଷଧ ଉପରୁ ଜିଏସଟି ଛାଡ କରିଛନ୍ତି ସରକାର । ଏହି ଔଷଧ ଉପରେ ପୂର୍ବରୁ ୧୨ ପ୍ରତିଶତ ଆଇଜିଏସଟି ଲାଗୁ ହେଉଛି । ଏଥିସହ ସିନେମା ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇ ହଲରେ ମିଳୁଥିବା ଖାଦ୍ୟ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି । ଫଳରେ ସିନେମା ହଲରେ ମିଳୁଥିବା ଖାଦ୍ୟ ଏଣିକି ଶସ୍ତାରେ ମିଳିବ।
ଏଥିସହ ସାଟେଲାଇଟ୍ ଲଞ୍ଚିଂ ସହ ଜଡ଼ିତ ଘରୋଇ କମ୍ପାନୀକୁ GSTରୁ ମୁକ୍ତି ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧି ମଣ୍ଡଳୀଙ୍କୁ ନେଇ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି । ଜିଏସଟି ଟ୍ରିବ୍ୟୁନାଲ ଗଠନ ନେଇ କାଉନସିଲରେ ନିଷ୍ପତ୍ତି ହୋଇଛି। ଆସନ୍ତା ୪ରୁ ୬ ମାସ ମଧ୍ୟରେ ଏହି ଟ୍ରିବ୍ୟୁନାଲ କାମ କରିବ ଏବଂ ଟିକସ ଦାତାଙ୍କୁ ବଡ ଆଶ୍ୱସ୍ତି ମିଳିବ ବୋଲି ରାଜସ୍ୱ ସଚିବ ସଂଜୟ ମଲହୋତ୍ରା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)