/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708411032.jpg)
Smile Designing
ମହଙ୍ଗା ପଡିଲା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରାଯାଇଥିବା ଅପରେସନ୍। ସ୍ମାଇଲ୍ ଡିଜାଇନିଂ ଅପରେସନ ବେଳେ ହାଇଦ୍ରାବାଦରେ ଜଣେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି। ହସ ହସ ଚେହେରା ପାଇଁ କରିଥିବା ଚେଷ୍ଟା ଆଜି ବିଫଳ ହୋଇଛି। ଶେଷରେ ଜୀବନ ହାରିଛନ୍ତି ୨୮ ବର୍ଷୀୟ ଯୁବକ ଲକ୍ଷ୍ମୀ ନାରାୟଣ ଭିଞ୍ଜମ୍।
ଲକ୍ଷ୍ମୀ ନାରାୟଣଙ୍କର ଆସନ୍ତା ସପ୍ତାହରେ ବିବାହ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ତା ପୂର୍ବରୁ ସେ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରିଥିଲେ। ହାଇଦ୍ରାବାଦର ଜୁବଲି ହିଲ୍ସର FMS ଇଣ୍ଟରନ୍ୟାସନାଲ ଡେନ୍ଟାଲ କ୍ଲିନିକ୍ରେ ଲକ୍ଷ୍ମୀ ସର୍ଜରୀ କରାଇଥିଲେ। ଏହା କିନ୍ତୁ ଘାତକ ସାବ୍ୟସ୍ତ ହୋଇଥିଲା।
ଅପେରସନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକ ନିଶ୍ଚେତକ ପ୍ରୟୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ଅପେରସନ କରିଥିବା କ୍ଲିନିକ୍ ବିରୋଧରେ ତଦନ୍ତ କରୁଛି।
ଏହି ଅପରେସନ୍ ବିଷୟରେ ସେ ପରିବାର ଲୋକଙ୍କୁ ଜଣାଇନଥିବା ଲକ୍ଷ୍ମୀଙ୍କ ପିତା କହିଛନ୍ତି। ସେ କହିଛନ୍ତି ମୃତ୍ୟୁ ପାଇଁ ଡାକ୍ତର ଦାୟୀ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ କ୍ଲିନିକ୍ ନାଁରେ ମାମଲା ରୁଜୁ କରିଛି।
ଏହାପୂର୍ବରୁ ଅନେକ ଲୋକ ପ୍ଲାଷ୍ଟିକ୍ ସର୍ଜରୀ ଅପରେସନ୍ ବେଳେ ପ୍ରାଣ ହରାଇଛନ୍ତି। ଏଥିରୁ ବର୍ତ୍ତିନାହାନ୍ତି ଅଭିନେତା ଓ ଅଭିନେତ୍ରୀ। ଅନେକ ଅଭିନେତ୍ରୀ ସୁନ୍ଦର ଚେହେରା ପାଇଁ ସର୍ଜରୀ କରିଥିବା ଲୋକଲୋଚନକୁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)