/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656040935.jpg)
Groom Kills Friend In Celebratory Firing
ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା। ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ, ବରକୁ ଜେଲ୍ ଯିବାକୁ ପଡ଼ିଥିଲା। ବର ବନ୍ଧୁକରୁ ଗୁଳି ଫୁଟାଇବାରୁ ସେହି ଗୁଳି ବାଜି ତାଙ୍କର ଜଣେ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ବ୍ରହ୍ମାନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ୍ ବରକୁ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ମନୀଷ। ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି।
ଭିଡିଓରେ ଦେଖିବାକୁ ମିଳିଛି, ବର ମନୀଷ ମଧେସିଆ ଏକ ରଥ ଉପରେ ବସି ବରଯାତ୍ରୀ ଧରି ବାହା ହେବାକୁ ଯାଉଥିଲେ। ଏହି ସମୟରେ ସେ ବନ୍ଧୁକରୁ ଗୁଳି ଫୁଟାଇବାରୁ ଗୋଟିଏ ଗୁଳି ତାଙ୍କ ସାଙ୍ଗ ବାବୁବାଲ ଯାଦବଙ୍କ ଶରୀରରେ ବାଜିଥିଲା। ଯିଏକି ଜଣେ ସେନା ଯବାନ। ଯେଉଁ ବନ୍ଧୁକରୁ ମନିଷ ଗୁଳି ଫୁଟାଇ ଥିଲେ ତାହା ବାବୁବାଲଙ୍କର ବୋଲି ଜଣାପଡ଼ିଛି।
ବରର_ଗୁଳିରେ_ବରର_ଘନିଷ୍ଠ_ସାଙ୍ଗର_ମୃତ୍ୟୁ
ବିବାହ ଉତ୍ସବ ବେଲା ଶୋକାକୂଳ ପରିବେଶ । ଉତ୍ତରପ୍ରଦେଶରେ ବରର ଗୁଳିରେ ବରର ଘନିଷ୍ଠ ସାଙ୍ଗର ମୃତ୍ୟୁ ଘଟିଛି । ବରଯାତ୍ରୀ ବେଳେ ଖୁସିରେ ଗୁଳି ଫୁଟାଇଥିଲା ବର । ଏତଲା ପରେ ବରକୁ ଗିରଫ କଲା ପୋଲିସ #Firing#Utarpradesh#OTVpic.twitter.com/gfDREVB3po— ଓଟିଭି (@otvkhabar) June 24, 2022
ଗୁରୁତର ଅବସ୍ଥାରେ ବାବୁଲାଲଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବାବୁଲାଲଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ FIR ରୁଜୁ କରିବା ସହ ମନୀଷଙ୍କୁ ଗିରଫ କରିଛି। ଏହାସହ ବନ୍ଧୁକ ମଧ୍ୟ ଜବତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)