• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ପୁଣି ବ୍ୟାନ ହେଲା ୫୪ଟି ଚାଇନିଜ୍ ଆପ୍ । ବ୍ୟାନ୍ କରାଯାଇଥିବା ୫୪ ନିଷିଦ୍ଧ ଆପ୍ ତାଲିକାରେ ଥିବା ଅଧିକାଂଶ ଆପ୍ ଚାଇନାର Tencent, Alibaba ଏବଂ ନେଟ୍ ଏଜ୍ ସହିତ ସମ୍ମନ୍ଧିତ । ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ରହିଛି ସୁଇଟ ସେଲ୍ଫି HD, ବିଉଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ୍, ଆପ୍ଲକ୍, ଇକ୍ୟୁଲାଇଜର, ବାସ୍ ବୁଷ୍ଟର ଆପ୍, ଡୁଆଲ ସ୍ପେସ୍ ଲାଇଟ୍, କ୍ୟାମ୍ କାର୍ଡ, ଭାଇଭା ଭିଡିଓ ଏଡିଟର । ଏହି ଆପ୍ ଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କେନ୍ଦ୍ର ସରକାର ଏହି ୫୪ଟି ଆପ୍ ବ୍ୟାନ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଆପଗୁଡିକ ଚୀନ୍ ତଥା ବିଦେଶରେ ଭାରତୀୟଙ୍କ ସମ୍ବେଦନଶୀଳ ତଥ୍ୟ ସ୍ଥାନାନ୍ତର କରୁଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯିବା ପାଇଁ ମଧ୍ୟ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏହାସହ ଏହି ୫୪ଟି ଆପକୁ ପ୍ଲେଷ୍ଟୋର ମାଧ୍ୟମରେ ଭାରତରେ ଆକ୍ସେସ୍ କରିବା ଉପରେ ରୋକ ଲଗାଯାଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା 69A ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଜୁନ୍ ୨୦୨୦ଠାରୁ ଭାରତ ସରକାର ୨୨୪ରୁ ଅଧିକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରଥମେ ଥରରେ ଭାରତ ୫୯ଟି ଯଥା TikTok, Shareit, WeChat, Helo, Likee, UC News, Bigo Live, UC Browser, ES File Explorer, ଏବଂ Mi Community ଭଳି ଲୋକପ୍ରିୟ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲା ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଟେନସେଣ୍ଟ ଏବଂ ଆଲିବାବାର ଅନେକ ଆପ୍ ମାଲିକାନା ଲୁଚାଇବା ପାଇଁ ରୂପ ବଦଳାଇ ଦେଇଛନ୍ତି । ସେମାନେ ହଂକଂ କିମ୍ବା ସିଙ୍ଗାପୁର ଭଳି ଦେଶରୁ ଆପର୍ ହୋଷ୍ଟ କରୁଛନ୍ତି, କିନ୍ତୁ ଶେଷରେ ତଥ୍ୟ ଚାଇନିଜ୍ ସର୍ଭରକୁ ଯାଉଛି । ଏହି ଆପଗୁଡିକ APK ଫାଇଲ ପରି ମାଧ୍ୟମ ମାଧ୍ୟମରେ ଡାଉନଲୋଡ୍ କରିବାର ସୁବିଧା ଉପଲବ୍ଧ ରହିଛି । ତେବେ ବର୍ତ୍ତମାନ ସରକାର ସେ ସମ୍ପର୍କରେ ଖବର ନିଆଯାଉଛି ।