• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାର୍ଲାମେଣ୍ଟରେ ମିଲେଟ ମିଲ୍‌ର ସୁଆଦ ଚାଖିଲେ ସାଂସଦ । ଏଥିପାଇଁ ସ୍ୱତନ୍ତ୍ର ମିଲେଟ୍ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ମିଲେଟ୍ ବର୍ଷ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ସାଂସଦମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଲେଟ୍ ଜାତୀୟ ଖାଦ୍ୟକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଥିଲେ । ସଂସଦ ଭବନ ପରିସରରେ ଏହି ମିଲେଟ୍ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ ଅଧିକାଂଶ ସଦସ୍ୟ ସାମିଲ ହୋଇଥିଲେ ।

ତିଆରି ହୋଇଥିଲା ମାଣ୍ଡିଆ ଇଡଲି, ଦୋସା ଭଳି ଖାଦ୍ୟ । ଏଥିପାଇଁ ସ୍ୱତନ୍ତ୍ର ସେଫ୍ ମଧ୍ୟ ଆସିଥିଲେ । ମିଲେଟ୍ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସାଂସଦଙ୍କୁ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ରୁଟି ଖାଇବାକୁ ଦିଆଯାଇଥିଲା । ବାଜରା ଓ ମାଣ୍ଡିଆ ଭଳି ଖାଦ୍ୟକୁ ପ୍ରୋତ୍ସାହନ ଲାଗି ୨୦୨୩କୁ କେନ୍ଦ୍ର ସରକାର ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।