Advertisment

ସରକାରୀ ହସ୍ପିଟାଲର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସରକାରୀ ହସ୍ପିଟାଲରେ ସୁରକ୍ଷା ପ୍ରୋଟକଲ୍ ସମ୍ପର୍କିତ ୧୧ଟି ବିନ୍ଦୁ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Government Hospitals in India Ordered to Report on Security Protocols and Screening Measures

Government Hospitals

Advertisment

ରାଜ୍ୟଗୁଡ଼ିକରେ ଥିବା ସରକାରୀ ହସ୍ପିଟାଲ ଓ ପ୍ରତି ବିଭାଗରେ କେତେ ସୁରକ୍ଷାକର୍ମୀ ଅଛନ୍ତି ? ମେଡିକାଲ ପ୍ରବେଶ ପଥରେ କୌଣସି ସାମଗ୍ରୀ କିମ୍ବା ବ୍ୟକ୍ତିଙ୍କ ସ୍କ୍ରିନିଂ ବ୍ୟବସ୍ଥା ଅଛି କି ନାହିଁ। ସରକାରୀ ହସ୍ପିଟାଲରେ ସୁରକ୍ଷା ପ୍ରୋଟକଲ୍ ସମ୍ପର୍କିତ ୧୧ଟି ବିନ୍ଦୁ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

Advertisment

କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟଗୁଡ଼ିକ ସଂଗୃହୀତ ତଥ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଦେବେ। ଏବେ ନଜର ପକାନ୍ତୁ ଆଉ କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ତଥ୍ୟ ସଂଗ୍ରହ କରିବେ।

ଅଧିକ ପଢ଼ନ୍ତୁ: କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ CBIକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Advertisment

ହସ୍ପିଟାଲ ଓ ଏହାର ପ୍ରତି ବିଭାଗରେ ମୋଟ୍ କେତେ ବିଶ୍ରାମ ବା ଡ୍ୟୁଟି ରୁମ୍ ରହିଛି। ସେଠାରେ କଣ ରହିଛି ସୁବିଧା। ହସ୍ପିଟାଲର ସବୁ ଅଞ୍ଚଳ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କି। ଉପଲବ୍ଧତା ଥିଲେ ସୁରକ୍ଷା କଟକଣା ରହିଛି କି ନାହିଁ ସେସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। ହସ୍ପିଟାଲରେ ସିସିଟିଭି କ୍ୟାମେରା ଅଛି କି। ଯଦି ଅଛି କେତେ ଓ କେଉଁ ସ୍ଥାନରେ ଲାଗିଛି। ରୋଗୀଙ୍କ ସମ୍ପର୍କୀୟଙ୍କୁ ସହାୟତା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି ଦେଇଥିଲେ ସେମାନଙ୍କ ସଂଖ୍ୟା କେତେ। ହସ୍ପିଟାଲ କିମ୍ବା ମେଡିକାଲ କଲେଜ କ୍ୟାମ୍ପସରେ ପୋଲିସ ପୋଷ୍ଟ ରହିଛି କି। 

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ-୨୦୧୩ ଅନୁସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି କି ନାହିଁ। ସେହିପରି କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନର ଧାରା ୧୯ ଅନୁଯାୟୀ ନିଯୁକ୍ତିଦାତା ନିର୍ଦ୍ଧାରିତ କର୍ତ୍ତବ୍ୟ ପାଳନ କରିଛନ୍ତି କି ନାହିଁ। ଏସବୁ ଦିଗରେ ରାଜ୍ୟଗୁଡ଼ିକ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ। କେନ୍ଦ୍ର ସରକାର ସେସବୁ ତଥ୍ୟକୁ ଏକାଠି କରି ମାସେ ଭିତରେ କୋର୍ଟରେ ଦାଖଲ କରିବେ।

Advertisment

Supreme Court Govt Hospitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ