Advertisment

କର୍ମଚାରୀଙ୍କୁ Googleର ଚେତାବନୀ- ଖୁବ୍‌ଶୀଘ୍ର ହୋଇପାରେ ଛଟେଇ, ଯଦି...

କମ୍ପାନୀ ପକ୍ଷରୁ ସାମଗ୍ରିକ ଭାବେ ସେଲ୍ସ ପ୍ରଡକ୍ଟିଭିଟି(ଉତ୍ପାଦନ)ର ସମୀକ୍ଷା କରାଯିବ। ଯଦି ଆସନ୍ତା ତ୍ରୈମାସିକ ଫଳାଫଳ ଭଲ ନଆସିବ, ତା’ହେଲେ କର୍ମଚାରୀଙ୍କ ପାଇଁ ଅଡୁଆ ବଢ଼ିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Google warns employees of possible layoffs

Google warns employees of possible layoffs

ଗୁଗଲ୍‌(Google)ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଛଟେଇର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, Googleର ଅଧିକାରୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚେତାବନୀ ଜାରି କରି କହିଛନ୍ତି, ଯଦି କମ୍ପାନୀଙ୍କୁ ଭଲ ରେଜଲ୍ଟ ନମିଳିବ, ତା’ହେଲେ ଛଟେଇ ପାଇଁ ପ୍ରସ୍ତୁତ ରୁହନ୍ତୁ। ଅନେକ କର୍ମଚାରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା ନେଇ ଗୁଗଲ ସିଇଓ ସୁନ୍ଦର ପିଚାଇ କହିଥିଲେ। ଚଳିତ ମାସ ପ୍ରାରମ୍ଭରେ ଗୁଗଲ ସିଇଓ ଏହା କହିଥିଲେ। 

Advertisment

ଗୁଗଲ୍‌ କ୍ଲାଉଡ୍‌ ସେଲ୍ସ ଡିପାର୍ଟମେଣ୍ଟରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁସାରେ, ସେମାନଙ୍କର ସିନିୟର ଅଧିକାରୀମାନେ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ସାମଗ୍ରିକ ଭାବେ ସେଲ୍ସ ପ୍ରଡକ୍ଟିଭିଟି(ଉତ୍ପାଦନ)ର ସମୀକ୍ଷା କରାଯିବ। ଯଦି ଆସନ୍ତା ତ୍ରୈମାସିକ ଫଳାଫଳ ଭଲ ନଆସିବ, ତା’ହେଲେ କର୍ମଚାରୀଙ୍କ ପାଇଁ ଅଡୁଆ ବଢ଼ିପାରେ। ତେବେ ଏହି ଚେତାବନୀ ପରେ ଗୁଗଲ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଚାକିରିକୁ ନେଇ ଚିନ୍ତିତ ଅଛନ୍ତି। 

ଗୁଗଲ୍‌ ସିଇଓଙ୍କ ଅନୁସାରେ, Googleର ପ୍ରଡକ୍ଟିଭିଟି ଯେଭଳି ରହିବା କଥା, ତା’ଠୁ କମ୍‌ ଅଛି। ୨୦୨୨ର ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ଆୟ ଆଶାଠୁ କମ୍‌ ଥିଲା। ଯାହାକି ପ୍ରଥମ ତ୍ରୈମାସିକରେ ହୋଇଥିଲା। ଗୁଗଲ ସିଇଓ ସୁନ୍ଦର ପିଚାଇ କହିଥିଲେ ଯେ, କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ ଲାଗି କର୍ମଚାରୀଙ୍କୁ ଗୁଗଲ୍‌ ଅଧିକରୁ ଅଧିକ ପ୍ରୋତ୍ସାହନ କରିବ। ତେବେ ଗୁଗଲ୍‌ ଏକମାତ୍ର ସଂସ୍ଥା ନୁହେଁ, ଯିଏକି ଏହାର ନିଯୁକ୍ତି ପ୍ରକ୍ରିୟାକୁ ଫ୍ରିଜ୍ କରିବ। ଏହାପୂର୍ବରୁ ମଧ୍ୟ ଅନେକ ବଡ଼ ବଡ଼ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment
Google Google Employee
Advertisment
Advertisment