Advertisment

ଆହୁରି ଶସ୍ତା ହେଲା ସୁନା

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍‌ ହ୍ରାସ ପାଇଛି। ଆଜି ସକାଳେ MCXରେ ୨୪ କ୍ୟାରେଟ୍‌ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା।

author-image
Rajalaxmi Sahoo
Gold Price Today

Gold Price Today

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍‌ ହ୍ରାସ ପାଇଛି। ଆଜି ସୁନା ଓ ରୁପା ଦର ହ୍ରାସ ପାଇଛି। ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪ ହଜାରରୁ ଅଧିକ ଟଙ୍କା ଶସ୍ତାରେ ସୁନା ମିଳିବ। ଆଜି ରୁପା ୪୦୦ ଟଙ୍କା ହ୍ରାସ ପାଇଛି।

Advertisment

ଆଜି ସକାଳେ MCX(Multi Commodity Exchange)ରେ ୨୪ କ୍ୟାରେଟ୍‌ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା। ଏହା ପୂର୍ବରୁ ୫୦ ହଜାର ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ତେବେ ଗ୍ଲୋବାଲ୍‌ ମାର୍କେଟ୍‌ରେ ଦର ହ୍ରାସ ଯୋଗୁ ଆଜି ପୁଣି ସୁନା ଦର ହ୍ରାସ ପାଇଛି। ସୁନା ତୁଳନାରେ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ସକାଳେ MCXରେ ରୁପା ୪୮୦ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୫୫,୧୩୦ ଟଙ୍କାରେ କାରବାର ଚାଲିଥିଲା। ଏହା ପୂର୍ବରୁ ୫୫,୪୫୦ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୧୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୫,୬୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୧୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୧୮୦ ଟଙ୍କା ରହିଛି। ଗତକାଲି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୪୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୬୨୦ ଟଙ୍କା ଥିଲା।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today Gold Silver Price
Advertisment
Advertisment