Advertisment

କିଛି ଦିନ କମିବା ପରେ ବଢ଼ିଲା ସୁନା ଦାମ୍‌

ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Price Today

Gold Price Today

ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ସେହିପରି ରୁପା ଦାମ୍‌ ପୁଣିଥରେ ପାଖାପାଖି ୫୬ ହଜାର ଟଙ୍କାରେ ପହଞ୍ଚିଛି।ଆଜି ସକାଳେ MCX(Multi Commodity Exchange)ରେ ୨୪ କ୍ୟାରେଟ୍‌ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ସୁନା ୫୦, ୧୫୦ ଟଙ୍କାରେ ଆଜି  କାରବାର ଆରମ୍ଭ ହୋଇଥିଲା। 

Advertisment

ସେହିପରି ରୁପା ଦାମ୍‌ ବୃଦ୍ଧି ପାଇ ପାଖାପାଖି ୫୬ ହଜାର ଟଙ୍କାରେ ପହଞ୍ଚିଛି। MCXରେ ରୁପା ଦାମ୍‌ ୩୬୩ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋକୁ ୫୫,୯୫୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ରୁପା ୫୬, ୧୨୦ ଟଙ୍କାରେ ଆଜି କାରବାର ଆରମ୍ଭ ହୋଇଥିଲା। ଗ୍ଲୋବାଲ୍‌ ମାର୍କେଟ୍‌ରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୩୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୬,୦୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୧୯୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୧୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୩୯୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today Gold Silver Price
Advertisment
Advertisment