Advertisment

କିଛି ଦିନ କମିବା ପରେ ପୁଣି ମହଙ୍ଗା ହେଲା ସୁନା

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।

author-image
Rajalaxmi Sahoo
Gold Price Today

Gold Price Today

ଗତ କିଛିଦିନ ଧରି ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା(Silver Price) ୦.୨୮% ଅର୍ଥାତ୍‌ ୧୬୮ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋକୁ ୫୯,୫୦୦ ଟଙ୍କାରେ ପହଞ୍ଚିଛି। 

Advertisment

IBJA(India Bullion and Jewellers Association) ଅନୁସାରେ, ଶୁକ୍ରବାର ଦିନ ସ୍ପଟ୍‌ ମାର୍କେଟ୍‌ରେ ସୁନା ପ୍ରତି ୧୦ ଗ୍ରାମକୁ  ୫୦,୪୬୫ ଟଙ୍କାରେ କାରବାର ଚାଲିଥିଲା। ଏହି ସମୟରେ ରୂପା ଦର ପ୍ରତି କିଲୋକୁ ୫୯,୧୦୬ ଟଙ୍କା ଥିଲା। ଗତ ୩ ସପ୍ତାହରେ ସୁନାର ସ୍ପଟ୍‌ ଦର ପ୍ରତି ୧୦ ଗ୍ରାମକୁ ୨ ହଜାର ଟଙ୍କା ଶସ୍ତା ହୋଇସାରିଲାଣି। ସେହିପରି ରୂପା ପ୍ରତି କିଲୋକୁ ପାଖାପାଖି ୭,୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲାଣି। ଯଦି ଆମେ ଗ୍ଲୋବାଲ୍‌ ମାର୍କେଟ୍‌ କଥା କହିବା ତା’ହେଲେ ସୁନା ଦର ୦.୩୧% ବୃଦ୍ଧି ପାଇ ୧୮୧୩ ଡଲାରରେ ପହଞ୍ଚିଛି। ସେହିପରି ରୂପା ଦର ୧.୧୦% ବୃଦ୍ଧି ପାଇ ୨୧.୨୩ ଡଲାରରେ ପହଞ୍ଚିଛି। ଏହାସହ ତମ୍ବା, ଆଲୁମିନିୟମର ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Silver Price Gold Price Today
Advertisment
Advertisment