Advertisment

ବଢ଼ିଲା ସୁନା ଦାମ୍‌

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦାମ୍‌ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। MCXରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold, silver prices update: Check revised rates of precious metals in Bhubaneswar and Cuttack

Gold Price Today

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦାମ୍‌ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। Multi Commodity Exchange(MCX)ରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି। ମାର୍ଚ୍ଚ ଆରମ୍ଭରୁ ସୁନା ଦର ୫୭ ହଜାର ଟଙ୍କାରେ ପହଞ୍ଚିଥିଲା। 

Advertisment

ସେହିପରି ରୁପା ଦର ମଧ୍ୟ ଆଜି ବୃଦ୍ଧି ପାଇଛି। ଆଜି ସକାଳେ MCXରେ ରୁପା ଦର ୩୭୨ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋକୁ ୫୯,୮୭୩ ଟଙ୍କା ପହଞ୍ଚିଥିଲା। ମାର୍ଚ୍ଚରେ ରୁପା ଦର ପ୍ରତି କିଲୋକୁ ୭୩ ହଜାର ଟଙ୍କାରେ ପହଞ୍ଚିଥିଲା। 

ଆଜି ଗ୍ଲୋବାଲ ମାର୍କେଟରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆମେରିକା ବୁଲିଅନ ବଜାରରେ ଆଜି ସକାଳେ ସୁନାର ସ୍ପଟ୍‌ ପ୍ରାଇସ୍‌ ୦.୧୬% ବଢ଼ି ପ୍ରତି ouncesକୁ ୧,୮୧୩.୮୪ ଡଲାରରେ ପହଞ୍ଚିଛି। ରୁପାର ସ୍ପଟ୍‌ ପ୍ରାଇସ୍‌ ପ୍ରତି ouncesକୁ ୨୧.୧୪ ଡଲାର ରହିଛି।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୧୭୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
Advertisment
Advertisment