Advertisment

କାର୍‌ରେ ଚୋରା ସୁନା ବିସ୍କୁଟ୍‌ ଧରି ଯାଉଥିଲେ, ଚଢ଼ଉ କରି ଧରିଲା ପୋଲିସ୍‌...

ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।

author-image
Rajalaxmi Sahoo
Gold Biscuits Worth Over Rs 6 Crore Seized

Gold Biscuits Worth Over Rs 6 Crore Seized

ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ଧନତାଲା ପୋଲିସ ଏହି ସୁନା ବିସ୍କୁଟ୍ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଜବତ ସୁନା ବିସ୍କୁଟ୍‌ର ଆନୁମାନିକ ବଜାର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Advertisment

ଧନତାଲା ଥାନା ଅନ୍ତର୍ଗତ ପଞ୍ଚବେରିଆ ଅଞ୍ଚଳରେ ଏକ କାର୍‌ରେ ଚୋରା ସୁନା ବିସ୍କୁଟ ଧରି ଅଭିଯୁକ୍ତମାନେ ଯାଉଥିବା ସମ୍ପର୍କରେ ଖବର ପାଇ ପୋଲିସ ଚଢ଼ଉ କରିଥିଲା । ଏତେ ପରିମାଣର ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।

Advertisment

Gold Biscuits
Advertisment
Advertisment