• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସିଲା ଦେଶର ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ । ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହେଲା । ଆଜି ନୂଆ ସଂସଦରେ ପ୍ରବେଶ ପରେ ପ୍ରଥମ କାର୍ଯ୍ୟ ଦିବସର ପ୍ରଥମ ପ୍ରସ୍ତାବ ଭାବେ ଏହାକୁ ଆଗତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପ୍ରଥମେ ସୂଚନା ଦେଇଛନ୍ତି । ତେବେ ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଐତିହାସିକ ମହିଳା ସଂରକ୍ଷଣ ବିଲ୍‌କୁ ସମସ୍ତେ ସର୍ବସମ୍ମତ ପାରିତ କରାଯିବା ଆବଶ୍ୟବ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତୀକରଣ ବଢ଼ିବ । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ତଥା ସବୁଦିନ ମନେ ରହିବ ବୋଲି ସେ କହିଛନ୍ତି ।

ସଂସଦରେ ଓ ଦେଶର ଅନ୍ୟ ରାଜ୍ୟରେ କେତେ ପ୍ରତିଶତ ରହିଛି ମହିଳାଙ୍କ ଆସନ ପ୍ରତିଶତ...

-୨୦୧୯ ନିର୍ବାଚନ ଅନୁସାରେ ଲୋକସଭାରେ ଏବେ ୧୪.୯୪ ପ୍ରତିଶତ ମହିଳା ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ରହିଛନ୍ତି ୧୪.୦୫ ପ୍ରତିଶତ ।

-ରାଜ୍ୟ ଗୁଡ଼ିକ ବିଧାନସଭା ଉପରେ ଯଦି ନଜର ପକାଇବା ତାହେଲେ, ଓଡ଼ିଶାରେ ରହିଛନ୍ତି ୮.୯୦ ପ୍ରତିଶତ ମହିଳା ଜନ ପ୍ରତିନିଧିା ଛତିଶଗଡ଼ରେ ୧୪.୪୪%, ପଶ୍ଚିମବଙ୍ଗରେ ୧୩.୭୦ପ୍ରତିଶତ,ବିହାରରେ ୧୨.୩୫ ପ୍ରତିଶତ ଏବଂରାଜସ୍ଥାନରେ ୧୨ ପ୍ରତିଶତ ଜନ ପ୍ରତିନିଧି ରହିଛନ୍ତି ।