• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବକରିଦ୍ ପର୍ବ ପାଇଁ ବଜାରରେ ପ୍ରବଳ ଭିଡ଼ । ସ୍ୱତନ୍ତ୍ର ପ୍ରଜାତିର ଛେଳିର ମୂଲ୍ୟ ପାଇଁ ଆକାଶଛୁଆଁ ଦର ନେଉଛନ୍ତି ମାଲିକ । ଲକ୍ଷ୍ନୌରେ ଏପରି ଦୁଇଟି ଛେଳି ପାଇଁ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆରବରେ 'ଆଲ୍ଲା' ପରି ଜନ୍ମଜାତ ଚିହ୍ନ ଥିବା ଦୁଇଟି ଛେଳିର ମୂଲ୍ୟରେ ୫ଟି କାର୍‌ କିଣିହେବ ବୋଲି କୁହାଯାଉଛି ।ଏହି ଦୁଇ ଛେଳିର ନାମ ହେଲା ସଲମାନ ଏବଂ ଅନ୍ୟଟିର ନାମ ଗନି । ବକରିଦ୍ ଠିକ୍‌ ପୂର୍ବରୁ ଦୁବଗ୍ଗାର ଛେଳି ମଣ୍ଡିରେ ନିଜର ସ୍ୱତନ୍ତ୍ରତା ପାଇ ନୁହେଁ ବରଂ ସେମାନଙ୍କର ମୂଲ୍ୟ ପାଇଁ ମଧ୍ୟ ଚର୍ଚ୍ଚାର ଆରମ୍ଭ ହୋଇଛି ।

ସଲମାନ ନାମକ ୧୮ ମାସର ଛେଳିର ଓଜନ ୬୫ କିଲୋଗ୍ରାମ । ତାର ଡାହାଣ କାନରେ 'ଆଲ୍ଲା' ଲେଖାଥିବା ଭଳି ଏକ ଜନ୍ମ ଚିହ୍ନ ରହିଛି । ଅନ୍ୟପକ୍ଷରେ ରାଜସ୍ଥାନୀ ଛେଳି ଗନିର ମଧ୍ୟ ସମାନ ସ୍ୱତନ୍ତ୍ରତା ରହିଛି । ଉଭୟ ଛେଳିର ମୂଲ୍ୟ ୫୧ ଲକ୍ଷ ଟଙ୍କା ରଖାଯାଇଛି ।

ମୁଶତାକ୍ ଅହମ୍ମଦ (୪୫ ବର୍ଷ) ଙ୍କର ଏହି ଦୁଇ ଛେଳି ଚଳିତ ବର୍ଷ ବଜାରରେ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି । ଛେଳିର ମାଲିକ ମୁସ୍ତାକ ଅହମ୍ମଦ କହିଛନ୍ତି, ଆରବୀରେ ସଲମାନ ଅର୍ଥ ବିନମ୍ର ଏବଂ ବିଶ୍ୱସ୍ତ ଥିବାବେଳେ ଗନିର ଅର୍ଥ ଧନୀ ଏବଂ ଉଦାର ।

ସେ କହିଛନ୍ତି, ପ୍ରାୟ ଏକ ବର୍ଷ ପୂର୍ବେ ରାଜସ୍ଥାନରୁ ଗନିକୁ କିଣାଯାଇ ଥିବାବେଳେ ସଲମାନ ଘରେ ଜନ୍ମ ହୋଇଥିଲା । ଉଭୟ ଛେଳିଙ୍କ ଶରୀରରେ ଥିବା ପବିତ୍ର ପ୍ରତୀକ ପାଇଁ ମୂଲ୍ୟ ମହଙ୍ଗା ରହିଛି । କେବଳ ଏତିକି ନୁହେଁ ଗନି ଓ ସଲମାନଙ୍କୁ ସେ ସ୍ୱତନ୍ତ୍ର ଖାଦ୍ୟ ଦେଉଥିବା ବେଳେ ସେଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି ।

ବର୍ତ୍ତମାନ ବାରବରୀ, ତୋତାପାରି, ପଞ୍ଜାବୀ ବିଟାଲ୍, କୋଟା ଏବଂ ଆଫ୍ରିକୀୟ ବୋଅର୍ ଏବଂ ସାନେନ୍ ପରି ବିଭିନ୍ନ ପ୍ରଜାତିର ପ୍ରାୟ ୧ ଲକ୍ଷ ଛେଳି ବିକ୍ରି ପାଇଁ ମଣ୍ଡିରେ ପହଞ୍ଚିଛନ୍ତି । ଏହି ଛେଳି ଗୁଡ଼ିକର ମୂଲ୍ୟ ପ୍ରାୟ ୧୦, ୦୦୦ରୁ ଆରମ୍ଭ ହୋଇଛି ।