Advertisment

ବଢୁଛି ଆର୍ଥିକ ସଙ୍କଟ : ମେ ୯ ପର୍ଯ୍ୟନ୍ତ ଉଡ଼ାଣ ରଦ୍ଦ କଲା ଗୋ ଫାଷ୍ଟ, ଯାତ୍ରୀ ହତାଶ

ତୁରନ୍ତ ଯାତ୍ରୀଙ୍କ ଟଙ୍କା ରିଫଣ୍ଡ କରିବାକୁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ

author-image
Prangyan Parimita
ଅଦ୍ୟତନ ହୋଇଛି
Go First

Go First

ଆର୍ଥିକ ସଙ୍କଟରେ ପଡ଼ିଥିବା ଗୋ ଫାଷ୍ଟ (Go First) ଏୟାରଲାଇନ୍ସ ର ମୁସ୍କିଲ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏବେ ମେ ୯ ପର୍ଯ୍ୟନ୍ତ ବିମାନ ଉଡ଼ାଣକୁ ରଦ୍ଦ କରିଛି ଏୟାରଲାଇନ୍ସ । ଏହାପୂର୍ବରୁ କମ୍ପାନୀ କେବଳ ତିନି ଦିନ ପାଇଁ ଯଥା ମେ ୩, ୪ , ୫ ବିମାନ ବନ୍ଦ କରିଥିଲା । ତେବେ ଗୋ ଫାଷ୍ଟ ପକ୍ଷରୁ ଏପରି ଘୋଷଣା କରିବା ପରେ ପ୍ରଭାବିତ ଯାତ୍ରୀଙ୍କ ଟିକେଟ୍‌ ଅର୍ଥ ଫେରାଇ ଦିଆଯିବ । ଅର୍ଥ ଫେରସ୍ତ ନେଇ Directorate General of Civil Aviation (ଡିଜିସିଏ) ପକ୍ଷରୁ କୁହାଯାଇଛି । ମେ ୯ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ଥିବାବେଳେ ମେ ୧୫ ତାରିଖ ପର୍ଯ୍ୟନ୍ତ ଟିକେଟ ବିକ୍ରି ସ୍ଥଗିତ ରଖାଯାଇଛି ।

Advertisment

ଶୀଘ୍ର ମିଳିବ ରିଫଣ୍ଡ୍‌

GoFirst ବିମାନ ସେବା ବ୍ୟାହତ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବର୍ତ୍ତମାନ ଟିକେଟ୍ ବୁକିଂ ବାବଦ ଟଙ୍କା ଅଟକି ରହିଛି । ବିମାନ ରଦ୍ଦ ହେବା ପରେ ଅଧିକ ମୂଲ୍ୟରେ ସେମାନଙ୍କୁ ଅନ୍ୟ ବିମାରେ ବିମାନ ଟିକେଟ କିଣିବାକୁ ପଡ଼ିବ । ଅନ୍ୟପଟେ GoFirst ବିମାନ ସେବା ପକ୍ଷରୁ ଯାତ୍ରୀଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ । କେବଳ ଯାତ୍ରୀମାନେ ଟଙ୍କା ଫେରିପାଇବେ ବୋଲି ଘୋଷଣା ହୋଇଛି, ହେଲେ କେବେ ଦିଆଯିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ଡିଜିସିଏ ପକ୍ଷରୁ ଏଭଳି ଦାୟିତ୍ୱହୀନତାକୁ ଭର୍ତ୍ସନା କରାଯାଇଛି । ଅଧିକ ବିଳମ୍ବ ନକରି ତୁରନ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ  ହଠାତ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲା GoFirst , ଡିଜିସିଏ ଏନେଇ କମ୍ପାନୀକୁ ନୋଟିସ ଦେଇଥିଲା । ଆର୍ଥିକ ସଙ୍କଟ ଘୋଷଣା କରିବାର ଦିନକ ପରେ ଅର୍ଥାତ ବୁଧବାର ଦିନ ଗୋ ଫାଷ୍ଟ ଏୟାରଲାଇନ୍ସ ହଠାତ୍‌ ବିମାନ ଚଳାଚଳ ବାତିଲ୍‌ କରିବାରୁ ଦେଶବ୍ୟାପୀ ଅନେକ ବିମାନ ବନ୍ଦରରେ ଯାତ୍ରୀମାନେ ଫସି ରହିବା ସହିତ ହତାଶ ‌ହୋଇଯାଇଥିଲେ।

Advertisment

ଅନ୍ୟପଟେ ଗୋ ଫାଷ୍ଟ ଏୟାରଲାଇନ୍ସ ନିଜ ବିମାନର ତ୍ରୁଟିଯୁକ୍ତ ଇଞ୍ଜିନ୍‌ ପାଇଁ ପ୍ରାଟ୍‌ ଆଣ୍ଡ ୱିଟନି କମ୍ପାନିକୁ ଦାୟୀ କରିଛି । ତ୍ରୁଟିଯୁକ୍ତ ଇଞ୍ଜିନ ପାଇଁ GoFirst ଅନ୍ୟ ପ୍ରମୁଖ ବିମାନ କମ୍ପାନୀ ସହିତ ପ୍ରତିଦ୍ୱନ୍ଦିତା କରିପାରୁ ନଥିବା ବେଳେ ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଥିବା କହିଛି ।

Flight Services
Advertisment
Advertisment