Advertisment

ପରୀକ୍ଷା ଚାଲିଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ, ତଥାପି ପରୀକ୍ଷା ଦେଲେ...

ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍‌ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl Takes SSC Exam Lying In Ambulance

Girl Takes Exam Lying In Ambulance Days After Hit By A Car

ପରୀକ୍ଷା ଚାଲିଥିଲା, ହେଲେ ହଠାତ୍‌ ଏମିତି କିଛି ଅଭାବନୀୟ ଘଟଣା ଘଟିବ ବୋଲି କେହିବି ଭାବିନଥିଲେ। ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍‌ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ। ଯଦିଓ ଛାତ୍ରୀ ଜଣକ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇ ନାହାନ୍ତି, ହେଲେ ଆମ୍ବୁଲାନ୍ସରେ ଶୋଇ ସେ ପରୀକ୍ଷା ଦେଇଥିଲେ। ମୁମ୍ବାଇରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା। ସୋମବାର ଦିନ ୧୦ମ ଶ୍ରେଣୀ ଛାତ୍ରୀ ଜଣକ ଆମ୍ବୁଲାନ୍ସରେ ଶୋଇ ଏସ୍‌ଏସ୍‌ସି ପରୀକ୍ଷା ଦେଇଥିଲେ। ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ପଢ଼ିଥିବା ସବୁ ପ୍ରଶ୍ନର ଉତ୍ତର ସେ କହୁଥିବା ବେଳେ ତାଙ୍କ ପାଇଁ ଅନ୍ୟ ଜଣେ ଛାତ୍ରୀ ଲେଖୁଥିଲେ। 

Advertisment

ସୂଚନାଥାଉ କି, ୪ ଦିନ ପୂର୍ବେ ମୁବାଶଶିରା ସୟିଦ୍‌ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏସ୍‌ଏସ୍‌ସି ପରୀକ୍ଷା ଦେଉଥିବା ବେଳେ ବାନ୍ଦ୍ରାର ଡଃ ଏମ୍‌ଆଇଜେ ଗାର୍ଲସ୍‌ ହାଇସ୍କୁଲ୍‌ର ୧୫ ବର୍ଷୀୟ ମୁବାଶଶିରା ଦୁର୍ଘଟଣାର ଶିକାର ହୋଇଥିଲେ। ଗତ ମଙ୍ଗଳବାର ଦିନ ସେ ସେଣ୍ଟ ଷ୍ଟାନିସ୍ଲାଉସ୍ ହାଇସ୍କୁଲ୍‌ରେ ସାଇନ୍ସ ପେପର୍‌-୨(ବାୟୋଲୋଜି) ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଅଭାବନୀୟ ଘଟଣା ଘଟିଥିଲା। ଏହି ସମୟରେ ରାସ୍ତା ପାର୍‌ ହେଉଥିବା ବେଳେ ତାଙ୍କ ଗୋଡ଼ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୨ ସପ୍ତାହ ବିଶ୍ରାମ ନେବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଓ ରବିବାର ଦିନ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

ହେଲେ ଅନ୍ୟ ପେପର୍‌ରେ କେମିତି ପରୀକ୍ଷା ଦେବେ, ଏନେଇ ମୁବାଶଶିରା ଚିନ୍ତିତ ଥିଲେ। ହଠାତ୍‌ ତାଙ୍କ ମୁଣ୍ଡକୁ ବୁଦ୍ଧି ଆସିଲା, ଯଦି ତାଙ୍କ ପାଇଁ ଆଉ ଜଣେ ପରୀକ୍ଷା ଦିଅନ୍ତି ଓ ସେ ତାଙ୍କୁ ଉତ୍ତର ସବୁ କୁହନ୍ତି, ତା’ହେଲେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ। ଶେଷରେ ୨ଟି ସ୍କୁଲ୍‌ ଓ ଷ୍ଟେଟ୍‌ ବୋର୍ଡ ଅଧିକାରୀଙ୍କ ସହାୟତାରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲାନ୍ସରେ ଶୋଇ ଗତ ସୋମବାର ଦିନ ସେ ସାଇନ୍ସ ପେପର୍‌-୨(ବାୟୋଲୋଜି) ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୩ରେ ସେ ସୋସିଆଲ୍‌ ସାଇନ୍ସ-୧ ଓ ମାର୍ଚ୍ଚ ୨୫ରେ ସୋସିଆଲ୍‌ ସାଇନ୍ସ-୨ ପରୀକ୍ଷା ଦେବେ। ତାଙ୍କ ପାଇଁ ପରୀକ୍ଷା ଦେଉଥିବା ଛାତ୍ରୀ ଜଣକ ୯ମ ଶ୍ରେଣୀରେ ପଢ଼ନ୍ତି। 

Advertisment

କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଓ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ।

Accident 10th Exam
Advertisment
Advertisment