• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରିଲ୍ସ ତିଆରି କରିବାକୁ ନେଇ ଖଣ୍ତଯୁଦ୍ଧ । ହାତାହାତି ହେଲେ ଯୁବତୀ ଓ ସିଆଇଏସ୍‌ଏଫ୍‌ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍‌ଏଫ୍‌ ଯବାନ ମାଡ଼ ମରାମରି ହୋଇଛନ୍ତି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଆଇଏସ୍ଏଫ୍ ଅଧିକାରୀ ଏହି ଘଟଣାକୁ ନେଇ କିଛି କହିନଥିବା ବେଳେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ସିଆଇଏସ୍ଏଫ୍ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ।

ସୂଚନାନୁସାରେ, ଶନିବାର ଅପରାହ୍ନରେ ରାମବାଗ ଅଞ୍ଚଳର ଚାରିଜଣ ଝିଅ ନିଜ ସାଙ୍ଗମାନଙ୍କ ସହିତ ତାଜମହଲକୁ ବୁଲିବାକୁ ଆସିଥିଲେ । ୪ ଜଣ ଝିଅ ତାଜମହଲ ପରିସରରେ ବହୁତ ମଜା କରୁଥିଲେ । ସମସ୍ତେ ଭିଡିଓ ଏବଂ ଫଟୋ ଉଠାଉଥିଲେ । ଯେତେବେଳେ ଝିଅମାନେ ସାହି ମସଜିଦ୍‌ ନିକଟରେ ପହଞ୍ଚିଥିଲେ, ସେମାନେ ଡ୍ୟାନ୍ସ କରି ରିଲ୍ସ ତିଆରି କରୁଥିଲେ । ଏହା ଦେଖି ସୁରକ୍ଷା କର୍ମୀ ସେମାନଙ୍କୁ ରିଳ୍ସ ତିଆରି କରିବାକୁ ବାରଣ କରିଥିଲେ । ଏହାକୁ ନେଇ ଯବାନ ଓ ଝିଅମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାଫଳରେ ଉଭୟ ହାତାହାତି ହେବାକୁ ପଛାଇ ନଥିଲେ । 

 

ଝିଅମାନେ ଅଭିଯୋଗ କରିଛନ୍ତି ଯେ ସିଆଇଏସ୍ଏଫ୍ ଯବାନ ସେମାନଙ୍କୁ ରିଲ୍ସ ତିଆରି କରିବାକୁ ବାରଣ କରିଥିଲେ । ଏହା ସହିତ ସେ ଅଶ୍ଳୀଳ ବ୍ୟବହାର ମଧ୍ୟ କରିଥିଲେ । ଝିଅମାନେ କହିଛନ୍ତି ଯେ, "ଆମେ ଜାଣି ନଥିଲୁ ଯେ ଏଠାରେ ରିଲ୍ସ ତିଆରି କରିବାକୁ ନେଇ ବାରଣ ରହିଛି ବୋଲି । ଆମେ ତାଙ୍କୁ ରିଲ୍ସ ଡିଲିଟ୍ କରିବାକୁ କହିଥିଲୁ । ଏହା ପରେ ମଧ୍ୟ ସିଆଇଏସ୍ଏଫ୍ ଯବାନ ଅଶ୍ଳୀଳ ବ୍ୟବହାର କରିଥିଲେ, ଯାହା ଦ୍ୱାରା ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏତିକିରେ ଅଟକି ନଥିଲେ ସିଆଇଏସ୍ଏଫ୍ ଯବାନ, ଆମ ସାଙ୍ଗକୁ ଠେଲି ଦେଇଥିଲେ । ଯାହାଫଳରେ ସେ ତଳେ ପଡ଼ିଯାଇଥିଲା । ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ପରେ ବି ସେ ପୁଣି ଚାପୁଡ଼ା ମାରିଥିଲେ ।”