/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660824043.jpg)
Special story
ବରପାତ୍ର ପସନ୍ଦ ନହେବାରୁ ଜୀବନ ହାରିଲେ ଯୁବତୀ । ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳର ଜଣେ ୨୦ ବର୍ଷିୟ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯୁବତୀଙ୍କ ଅନିଚ୍ଛା କ୍ରମେ ତାଙ୍କର ବିବାହ ସ୍ଥିର କରିଦେଇଥିଲେ ପରିବାର ଲୋକ । ବାହାଘର ଠିକ୍ ହେବା ପରଠାରୁ ସେ ମାନସିକ ଅଶାନ୍ତିରେ ରହୁଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ ହୋଇଛି ।
କମାସିନ୍ ଥାନା ଅନ୍ତର୍ଗତ ଖୁର୍ଦ୍ଦ ଗାଁର ରାମ ଗୋପାଳଙ୍କ ୨୦ ବର୍ଷିୟ ଝିଅର କିଛି ଦିନ ତଳେ ବିବାହ ଠିକ୍ ହୋଇଥିଲା । ଗତକାଲି ସମସ୍ତେ ବିଳମ୍ବିତ ରାତିରେ ରାତ୍ରୀ ଭୋଜନ କରିବା ପରେ ନିଜ କୋଠରୀରେ ଶୋଇବାକୁ ଚାଲି ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ବାହାରକୁ ନ ଆସିବା ପରେ ପରିବାର ଲୋକ ସନ୍ଦେହ କରିଥିଲେ । ତେବେ କବାଟ ଭାଙ୍ଗି ଭିତରେ ପଶିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲେ ।
ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଯୁବତୀଙ୍କୁ କୌଣସି ପ୍ରକାର ଗାଳିଗୁଲଜ କରାଯାଇ ନାହିଁ । କେଉଁ କଥାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ଜଣାନାହିଁ । ଯୁବତୀ ଜଣକ ବିଏ ପଢ଼ୁଥିଲେ । ତାଙ୍କର ୨ ଭାଇ ଅଛନ୍ତି, ଜଣେ ଦିଲ୍ଲୀରେ କାମ କରନ୍ତି ଏବଂ ଅନ୍ୟ ଜଣକ ଚିତ୍ରକୁଟରେ ପାଠ ପଢ଼ୁଛନ୍ତି । ତେବେ ପୋଲିସ ପଚରାଉଚରା ପରେ ପରିବାର ଲୋକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ।
ତେବେ ପୋଲିସ୍ ଅନୁସାରେ ବିବାହ ଠିକ୍ ହେବା ପର ଠାରୁ ହିଁ ମାନସିକ ଚାପରେ ଥିଲେ ଯୁବତୀ । ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । ପ୍ରେମ ପ୍ରସଙ୍ଗ ପାଇଁ ସେ ଜୀବନ ହାରି ନଥିବା କୁହାଯାଇଛି । ଏବେ ମାମଲାକୁ ଗମ୍ଭୀରତାର ସହ ନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)