Advertisment

ମହଙ୍ଗା ପଡ଼ିଲା କମେଣ୍ଟ ମରା; ଚପଲରେ ସେକି ଦେଇଗଲେ ଯୁବତୀ

ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ।  ସେଦିନ  କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ ଯୁବକଙ୍କ ମଦ ନିଶା ତ ଉତୁରିଗଲା। କମେଣ୍ଟ ମାରିବା ନିଶା ବି ଉତୁରି ଯାଇଥିବ।  ଯୁବତୀ ଜଣକ ୨୧ ସେକେଣ୍ଡରେ ୪୫ ଚପଲ ମାଡ ନାଦି ଦେଲେ ରସିକିଆ ଯୁବକଙ୍କୁ।

ଅଦ୍ୟତନ ହୋଇଛି
Viral Video

viral video from UP

Advertisment

ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ।  ସେଦିନ  କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ ଯୁବକଙ୍କ ମଦ ନିଶା ତ ଉତୁରିଗଲା। କମେଣ୍ଟ ମାରିବା ମଜା ଧୋଇଗଲା ।  ଯୁବତୀ ଜଣକ ୨୧ ସେକେଣ୍ଡରେ ୪୫ ଚପଲ ମାଡ ନାଦି ଦେଲେ ରସିକିଆ ଯୁବକଙ୍କୁ। ଯୁବତୀଙ୍କର ଏହି ଚପଲ ବର୍ଷାର ଭିଡିଓ ବେଶ ଭାଇରାଲ ହୋଇଛି। ଏ ଦୃଶ୍ୟ ଉତ୍ତରପ୍ରଦେଶ ଜାଲୌନ ଅଞ୍ଚଳର । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଘଟଣାଟି ୨ ଦିନ ପୂର୍ବର ବୋଲି କୁହାଯାଉଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଯୁବତୀ ଜଣକ ବଜାରକୁ ଯାଇଥିଲେ। ହଠାତ କ୍ରୋଞ୍ଚ ନଗରର ଇଦିରୀଶ ନାମକ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଆସିଲେ ଆଉ ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ। ଇଦରୀଶଙ୍କର ଏପରି ଅଭଦ୍ରତା ଦେଖିବା ପରେ ଯୁବତୀ ଜଣକ ବଜରଙ୍ଗଦଳର କାର୍ଯ୍ୟକର୍ତ୍ତାଙ୍କୁ ଡାକିଥିଲେ ଏବଂ ଯୁବକଙ୍କୁ ଧରି ନିସ୍ତୁକ ପିଟିଥିଲେ।

ଯୁବତୀ ଜଣକ ତାଙ୍କୁ ଚପଲରେ ପିଟୁଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ୨୨ ସେକେଣ୍ଡର। ହେଲେ ୧୧ ସେକେଣ୍ଡରେ ଯୁବତୀ ଜଣକ ୨ ହାତରେ ଚପଲ ଧରି ଯୁବକଙ୍କୁ ପିଟୁଥିବା ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି। ଏହି ସମୟରେ ବଜରଙ୍ଗ କର୍ମୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment
Viral Video Beats Up With Sandel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ