/odishatv-khabar/media/post_attachments/uploadimage/library/16_9/16_9_0/Ram_Doli_1697704322.jpg)
Ram Doli
ପାର୍ବଣରେ ବୁଲିବା ସହ ରାମଦୋଳିରେ ଖେଳିବାର ମଜା ନିଆରା । କିନ୍ତୁ ଯଦି ରାମଦୋଳିରେ ବସିଥିବା ବେଳେ ହଠାତ୍ ଅଟକି ଯାଏ ତେବେ କ’ଣ ହେବ ଟିକିଏ ଭାବନ୍ତୁ । ଦିଲ୍ଲୀର ନରେଲା ଅଂଚଳରେ ରାମଦୋଳିରେ ୫୦ରୁ ଅଧିକ ଲୋକ ବସିଥିବା ବେଳେ ହଠାତ୍ ରହିଯାଇଥିଲା । ତାକୁ ଘୁରାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲେ । ଆଉ ଏଭଳି ଅବସ୍ଥାରେ ୩୦ରୁ ୪୦ ଫୁଟ ଉଚ୍ଚତାରେ କିଛି ବ୍ୟକ୍ତି ଫସି ରହିଥିଲେ । ସେମାନେ ଉଦ୍ଧାର ପାଇଁ ଉପସ୍ଥିତ ଲୋକଙ୍କ ସହାୟତା ଲୋଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।
#WATCH | A giant wheel at a Navratri Mela in Delhi's Narela area stopped working with people onboard. Everyone has been rescued safely. Legal action initiated by Police. Further details awaited: Delhi Police
(Viral video, confirmed by Police) pic.twitter.com/X91BM3x5Uw
— ANI (@ANI) October 18, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)