/odishatv-khabar/media/post_attachments/uploadimage/library/16_9/16_9_0/Ghost_Fair_1706268115.jpg)
Ghost Fair
ଆରମ୍ଭ ହୋଇଯାଇଛି ଭୂତମାନଙ୍କର ମେଳା। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଲଜପୁରରେ ଦୀର୍ଘ ୪୦୦ବର୍ଷ ଧରି ଏପରି ମେଳା ଅନୁଷ୍ଠିତ ହୋଇଆସୁଛି। ଭୂତଙ୍କଠାରୁ ମୁକ୍ତି ପାଇବା ପାଇଁ ଦେଶର ଅନେକ ସ୍ଥାନରୁ ଲୋକ ଏଠାକୁ ଧାଇଁ ଆସୁଛନ୍ତି। ତେବେ ଏହି ମେଳାର ଉଦଘାଟନ କରିଛନ୍ତି ମଧ୍ୟପ୍ରଦେଶ ଶାସନର ମନ୍ତ୍ରୀ ନାରାୟଣ ସିଂହ ପନୱାର।
ଗାଁରେ ଗୁରୁ ସାହେବଙ୍କ ମେଳା ଆୟୋଜିତ ହେଉଛି। ଏହି ସମୟରେ ବାବାଙ୍କ ଦର୍ଶନ ସହ ଭୂତପ୍ରେତ ପାଇଁ ଚିନ୍ତିତ ବ୍ୟକ୍ତି, ମାନସିକ ରୋଗୀ, ନିଃସନ୍ତାନ ଦମ୍ପତି ଚିକିତ୍ସା ପାଇଁ ଧାଇଁ ଆସନ୍ତି। ଗୁରୁ ବାବାଙ୍କ ସମାଧି ପରିକ୍ରମା କରିବା ପରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ଦେଖାଯାଏ। ଏଠାରେ ଥିବା ପୂଜାରୀ ସେମାନଙ୍କର ଚୁଟି ଧରି ଝାଡୁରେ ପିଟନ୍ତି। ଏହାପରେ ଭୂତପ୍ରେତ ଶରୀର ଛାଡି ଚାଲିଯାଉଥିବା ବିଶ୍ୱାସ କରାଯାଏ। ଏହି ଗାଁରେ ଅନେକ ଅନ୍ଧବିଶ୍ୱାସ ଦେଖିବାକୁ ମିଳେ।
ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ, ଏଠାକୁ ଆସିବା ପରେ ସମସ୍ତ ସମସ୍ୟାର ସମାଧାନ ହୁଏ। ଭୂତପ୍ରେତ ସମସ୍ୟାର ସମାଧାନ ହୁଏ। କେତେକ ଲୋକ ଏହାକୁ ଅନ୍ଧବିଶ୍ୱାସ କୁହନ୍ତି। ମାତ୍ର ଏଠାକୁ ଆସୁଥିବା ଲୋକ ସୁସ୍ଥ ହୋଇ ଫେରୁଥିବା ଦାବି ହୋଇଛି। ମନ୍ଦିରର ପୂଜାରୀ ବାବୁ ସିଂହ ଯାଦବଙ୍କ ମତରେ ଏହି ପରମ୍ପରା ୫୦୦ବର୍ଷ ଧରି ଚାଲି ଆସୁଛି। ଲୋକମାନେ ସମାଧି ଚତୁଃପାର୍ଶ୍ୱରେ ପରିକ୍ରମା କରନ୍ତି। ଏହାପରେ ତାଙ୍କୁ ଚରଣାମୃତ ଓ ବିଭୂତି ଦିଆଯାଏ। ଲୋକ ଯେପରି ତାଙ୍କୁ ଆକ୍ରମଣ କରିନଦିଏ ସେଥିପାଇଁ ଝାଡୁରେ ମରାଯାଏ।
ଏନେଇ ମନ୍ତ୍ରୀ କହିଛନ୍ତି, ଏହାକୁ ଅନ୍ଧବିଶ୍ୱାସ କୁହାଯାଇ ପାରିବନାହିଁ। ଏହା ଉପରେ ଲୋକଙ୍କ ଆସ୍ଥା ରହିଛି। ଆସ୍ଥା ପାଇଁ ଲୋକ ଏଠାକୁ ଧାଇଁ ଆସୁଛନ୍ତି। ଏଥିସହ ପୂର୍ବରୁ ଏହିପରି ଲୋକ ଠିକ ହେଉଥିବା କହିବା ସହ ମେଡିକାଲ ସାଇନ୍ସ ବି ଲୋକଙ୍କୁ ଠିକ କରୁଛି ବୋଲି କହିଛନ୍ତି। ସୁସ୍ଥ ହେବା ପାଇଁ ଔଷଧ ଓ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଏପରିସ୍ଥଳେ, ଚିକିତ୍ସାବିଜ୍ଞାନ ନଜରରେ ଏହା ଅନ୍ଧବିଶ୍ୱାସ ଛଡା ଆଉ କିଛି ନୁହେଁ।ମାନସିକ ରୋଗ ଗୋଟିଏ ପ୍ରକାର ନୁହେଁ ଏହା ଅନେକ ପ୍ରକାରର। ବିଭିନ୍ନ ପ୍ରକାରେ ଏହି ରୋଗର ଚିକିତ୍ସା କରାଯାଏ। କେବଳ ଝାଡୁମାରି ଏହାର ଚିକିତ୍ସା କରାଯାଇ ପାରିବନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)